ପଶ୍ଚିମବଙ୍ଗ ଫେରନ୍ତା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇଲେ ୭ ଦିନ ପାଇଁ ଘରୋଇ ସଂଗରୋଧ ଅନୁମତି

ଭୁବନେଶ୍ବର: ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଯାତ୍ରୀମାନେ, ଯେଉଁମାନେ ଓଡ଼ିଶାର ଯେକୌଣସି ସ୍ଥାନକୁ ଟ୍ରେନ୍ ମାଧ୍ୟ୍ୟମରେ ଆସୁଛନ୍ତି, ସେମାନଙ୍କୁ ଓଡିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ବାଧ୍ୟତାମୂଳକ ଭାବ ୧୪ ଦିନ ସଂସ୍ଥାଗତ କିମ୍ବା ଦେୟଯୁକ୍ତ କ୍ଵାରେଣ୍ଟIଇନରେ ରହିବାକୁ ପଡିବ।

ଯେଉଁ ଯାତ୍ରୀମାନଙ୍କୁ ଦୁଇଟି ଡୋଜ ସଫଳତାର ସହିତ ଟିକାକରଣ କରାଯାଇଛି କିମ୍ବା ଓଡିଶା ମଧ୍ୟକୁ ପ୍ରବେଶ କରିବାର ୪୮ ଘଣ୍ଟା ମଧ୍ୟରେ ଆରଟିପିସିଆର ନେଗେଟିଭ ରିପୋର୍ଟ ପ୍ରମାଣପତ୍ର ଡରୁଛନ୍ତି, ସେମାନଙ୍କୁ ୧୪ ଦିନ ପରିବର୍ତ୍ତେ ୭ ଦିନ ପାଇଁ ଘରୋଇ ସଂଗରୋଧ ଅନୁମତି ଦିଆଯିବ। ଯଦି ଘରେ ସଂଗରୋଧ ପାଇଁ କୌଣସି ଉପଯୁକ୍ତ ସୁବିଧା ନାହିଁ, ତେବେ ସେ ୭ ଦିନ ପାଇଁ ଅନୁଷ୍ଠାନ/ଦେୟଯୁକ୍ତ ସଂଗରୋଧ ପାଇଁ ଚୟନ କରିପାରିବେ।

ଉପରୋକ୍ତ କୋଭିଡ -୧୯ ପ୍ରୋଟୋକଲ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଏବଂ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ତଥା ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶନାମା ଅନୁପାଳନ ନକଲେ ୭ ଦିନ ପାଇଁ ଅନୁଷ୍ଠାନିକ ସଂଗରୋଧରେ ପରିଣତ ହେବ | କୋଭିଡ-୧୯ ପରିଚାଳନା କିମ୍ବା ନିର୍ବାଚନ ଡ୍ୟୁଟି ସହିତ ଜଡିତ ଜରୁରୀକାଳୀନ କାର୍ଯ୍ୟ ପାଇଁ ଆସୁଥିବା ଲୋକମାନେ ଏହି ଆଦେଶରୁ ମୁକ୍ତ ହେବେ।

ସମ୍ବନ୍ଧିତ ଖବର