ମାଙ୍କଡ଼ ଆକ୍ରମଣରେ ମହିଳା ଓ ୪ ଶିଶୁ ଆହତ

ଘଟଗାଁ: ଘଟଗାଁ ବ୍ଲକ୍‌ ତରା ପଞ୍ଚାୟତ ନାକଝରି ଗ୍ରାମରେ ଆଜି ପୂର୍ବାହ୍ନରେ ମାଙ୍କଡ଼ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ଚାରିଜଣ ଶିଶୁ ଆହତ ହୋଇଛନ୍ତି। ଆଜି ପୂର୍ବାହ୍ନ‌ରେ ଏକ ପୋଷା ମାଙ୍କଡ଼ ଗାଁରେ ବୁଲି ଉତ୍ପାତ କରିଥିଲା। ଗୋଡ଼େଇ ଗୋଡ଼େଇ ଲୋକଙ୍କୁ କାମୁଡ଼ିଥିଲା। ଘଣ୍ଟାଏ ମଧ୍ୟରେ ମାଙ୍କଡ଼ ଆକ୍ରମଣରେ ପାଞ୍ଚଜଣ ଆହତ ହୋଇଥିଲେ।

ଆହତମାନେ ହେଲା ରଶ୍ମିତା ବଳ, ରାକେଶ ସାହୁ, ବିଶ୍ୱରଂଜନ ବଳ, ସନ୍ତୋଷ ନାଏକ, ସଂଜୁ ମହାରଣା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ବନ ବିଭାଗକୁ ଜଣାଇଥିଲେ। ବନପାଳ ଯତୀନ୍ଦ କୁମାର ସାହୁଙ୍କ ନେତୃତ୍ୱରେ ପାରା ସ୍କ୍ବାଡ୍‌ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ମାଙ୍କଡ଼କୁ କାବୁ କରିବା ପରେ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର