ଟିକିରା ନଦୀରେ ବୁଡ଼ି ମହିଳା ମୃତ

ନାକଟିଦେଉଳ : ନାକଟିଦେଉଳ ଥାନା ବାଟଗାଁର ଜଣେ ମହିଳା ନିଜ ସ୍ବାମୀଙ୍କ ପାଖକୁ ଭାତ ନେଇ ଯାଉଥିବା ବେଳେ ଟିକିରା ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ପ୍ରକାଶ ଯେ, ବାଟଗାଁର ଉମା ମୁଖୀ (୬୦)ଙ୍କ ସ୍ବାମୀ ଗାଈ ଚରାଇବାକୁ ଟିକିରା ନଦୀର ଅପରପାର୍ଶ୍ବକୁ ଯାଇଥିଲେ। ଏହି ସମୟରେ ଉମା ନଦୀ ପାର ହୋଇ ତାଙ୍କୁ ଭାତ ଦେବାକୁ ଯାଉଥିବା ବେଳେ ନଦୀରେ ବୁଡ଼ି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମହିଳାଙ୍କୁ ପାଇ ନଥିଲେ। ଗୁରୁବାର ମୃତ ମହିଳାଙ୍କ ଶବ ଟିକିରା ନଦୀରୁ ଉଦ୍ଧାର କରାଯାଇଛି। ଏ ସମ୍ପର୍କରେ ଖବରପାଇ ନାକଟିଦେଉଳ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ଡାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧିତ ଖବର