ମାଲକାନଗିରି/ବାଲିମେଳା : ଆଜି ସକାଳେ ଜନୈକା ମହିଳାକୁ ଭାଲୁ କାମୁଡିବା ଫଳରେ ଗୁରୁତର ଆହତ ହୋଇ ମାଲକାନଗିରି ମେଡିକାଲରେ ଭର୍ତି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା-ସି ଗ୍ରାମର ପୂର୍ଣ୍ଣ ଦିଶାରୀଙ୍କ ପତ୍ନୀ ଭାନୁ ସକାଳେ ଶୌଚ ପାଇଁ ନିକଟସ୍ଥ ଜଂଗଲକୁ ଯାଇଥିଲେ। ସେଠାରେ ପୂର୍ବରୁ ମାଇ ଭାଲୁ ସହ ଦୁଇ ଛୁଆ ଭାଲୁ ରହିଥିଲେ। ଭାନୁ ଶୌଚ ସାରି ଫେରିବା ବେଳେ ଭାଲୁଙ୍କ ସାମ୍ନାରେ ପଡିଯାଇଥିଲା। ମାଈ ଭାଲୁ ଭାନୁକୁ ତଳେ ପକାଇ ମୁହଁକୁ କାମୁଡି ଦେଇଥିଲା। ମାଲକାନଗିରି ଡାକ୍ତରଖାନାରେ ତାର ଚିକିତ୍ସା ପରେ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ପୂର୍ଣ୍ଣ ଦିନ ମଜୁରିଆ ଭାବେ କାମ କରେ। ତେଣୁ ପତ୍ନୀର ଚିକିତ୍ସା ପାଇଁ ସରକାରଙ୍କ ତରଫରୁ ସହାୟତା ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି।