ହିଂସା ଛାଡ଼ି କୋରାପୁଟ ଏସପି ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

କୋରାପୁଟ: ରାଜ୍ୟ ସରକାରଙ୍କ ବିକାଶମୂଳକ କାମରେ ପ୍ରଭାବିତ ହୋଇ ମହିଳା ମାଓବାଦୀ ତୁଳସୀ ଉଲାକା ଓରଫ ସଂଗୀତା ଆଜି କୋରାପୁଟ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ନାଁରେ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ରିପୋର୍ଟ ଅନୁସାରେ ଉଲାକା ଆନ୍ଧ୍ର-ଓଡ଼ିଶା ସୀମା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଥିଲେ । ସେ ଅତୀତରେ ନାରାୟଣପାଟଣାରେ ଘଟିଥିବା ମାଓହିଂସାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ମହିଳା ମାଓବାଦୀ ତୁଳସୀ ଉଲାକା ଆଜି ହିଂସାତ୍ମକ କାମ ଛାଡି କୋରାପୁଟ ଏସ୍ପି ମୁକେଶ କୁମାର ଭାମୁଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ରାଜ୍ୟ ସରକାରଙ୍କ ମାଓବାଦୀ ଥଇଥାନ ଯୋଜନାରେ ତାଙ୍କୁ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ ବୋଲି ଏସ୍ପି ଶ୍ରୀ ଭାମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏହି ଅବସରରେ ତୁଳସୀ ଉଲାକା କହିଛନ୍ତି, ସେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାରେ ଆକର୍ଷିତ ହୋଇ ମାଓବାସୀ ସଂଗଠନ ଛାଡ଼ିଛନ୍ତି । ସେ କହିଛନ୍ତି, ମାଓବାଦୀମାନେ ତାଙ୍କୁ ଶାରୀରିକ ଓ ମାନସିକ ଭାବେ ନିର୍ଯାତନ ଦେଉଥିଲେ । ବରିଷ୍ଠ ସଦସ୍ୟଙ୍କୁ କିଛି କହିବାର ଅଧିକାର ନଥିଲା । ସେ ମାଓନେତାଙ୍କ ଦ୍ୱାରା ଅବହେଳାର ଶିକାର ହେଉଥିଲେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର