ରାଜ୍ୟରେ ନାରୀ ଅସୁରକ୍ଷିତ: କଂଗ୍ରେସ

ଭୁବନେଶ୍ବର : ଗତ ବୁଧବାର ରାତିରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର ପୋଲସରାରେ ସଂଘଟିତ ଦୁଷ୍କର୍ମ ମହିଳାଙ୍କ ପାଇଁ ଲଜ୍ଜା, ଦୁଃଖ ଓ ନିନ୍ଦନୀୟ ଘଟଣା। ରାଜ୍ୟରେ ପ୍ରତିଦିନ ୬ଜଣ ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି। ଏଭଳି ଘଟଣାରୁ ରାଜ୍ୟରେ ନାରୀ ଅସୁରକ୍ଷିତ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ମହିଳା କଂଗ୍ରେସ ଦାବି କରିଛି। ଆସନ୍ତାକାଲି ପ୍ରଦେଶ ମହିଳା କଂଗ୍ରେସ କମିଟି ସଭାପତି ସୁମିତ୍ରା ଜେନାଙ୍କ ନେତୃତ୍ବରେ ଏକ ଦଳ ଏମ୍‌କେସିଜି ହସ୍‌ପିଟାଲ୍‌ ଯାଇ ପୀଡ଼ିତା ଓ ତାଙ୍କ ପରିବାରଙ୍କୁ ଭେଟିବେ। ଏ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ରିପୋର୍ଟ ଦିଆଯିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅପରାଧୀକୁ ଗିରଫ କରାନଗଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଳାଇବ ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ବିଜୟଲକ୍ଷ୍ମୀ ସାହୁ, ସୋନାଲି ସାହୁ, ରଶ୍ମି ମହାପାତ୍ର, ସ୍ବାଧୀନବାଳା ଦାଶ, ଜୟଶ୍ରୀ ପଟ୍ଟନାୟକ ପ୍ରମୁଖ ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର