ନିଆଁରେ ପୋଡି ହୋଇ ମହିଳା ଗୁରୁତର

ରାଉରକେଲା: ସ୍ଥାନୀୟ ଲେବର ଟେନାମେଣ୍ଟରେ ଜଣେ ମହିଳା ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ  କରିଛନ୍ତି। ନିଆଁରେ ମହିଳାଙ୍କର ଶରୀରର ପ୍ରାୟ ୯୫% ଜଳି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି।

ପାରିବାରିକ କଳହରୁ ମହିଳା ଜଣକ ଏଭଳି କାଣ୍ଡ ଭିଆଇ ଥାଇପାରନ୍ତି ବୋଲି ପ୍ରାଥିମିକ ତଦନ୍ତରୁ ଅନୁମାନ କରାଯାଇଛି। ମହିଳା ଜଣକ ହେଲେ ସଂଯୁକ୍ତାରାଣୀ ଦାସ। ଆଜି ସକାଳ ପ୍ରାୟ ୬ଟାରେ ମହିଳା ଜଣକ ନିଜ ଘର ଭିତରେ ପଶି ଦେହରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବା ପରେ ଯନ୍ତ୍ରଣାରେ ଚିତ୍କାର କରିଥିଲେ। ପଡୋଶୀ ଓ ପରିବାର ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆର୍‌ଜିଏଚ୍‌କୁ ନେଇଥିଲେ।

ସମ୍ବନ୍ଧିତ ଖବର