ବଜ୍ରପାତରେ ମହିଳା ମୃତ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ମହାଲିଙ୍ଗ ଗାଁରେ ଶୁକ୍ରବାର ବଜ୍ରପାତରେ ସୁପ୍ରଭା ବେହେରା (୫୦)ଙ୍କ ମୃତ୍ୟୁ ଘଟିଛି। ଏଥିରେ ସେହି ଗାଁର ତୁଳସୀ ପ୍ରଧାନ (୪୦) ଗୁରୁତର ଅଛନ୍ତି।

ସୂଚନା ଅନୁସାରେ, ଉଭୟ ଆଜି ନିଜ ଚାଷ ଜମିରେ ଚାଷ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଦିନ ପ୍ରାୟ ୩.୩୦ ମିରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରେଢାଖୋଲ ଡାକ୍ତରଖାନାକୁ ଅଣାଯାଇ ଥିଲା। ସେଠାରେ ସୁପ୍ରଭାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଗୁରୁତର ଥିବା ତୁଳସୀଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ସୁପ୍ରଭାଙ୍କ ମୃତଦେହ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅନୁସଂଧାନ ଜାରି ରଖିଛି। ଶନିବାର ସୁପ୍ରଭାଙ୍କର ଶବ ବ୍ୟବଛେଦ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର