ଯଶୋବନ୍ତପୁର- ହାଓ୍ବଡା ଏକ୍ସପ୍ରେସରୁ ଖସି ଯୁବକ ଗୁରୁତର

ନାଚୁଣୀ: ନାଚୁଣୀ ନିକଟସ୍ଥ ସରଳସିଂହ ରେଳଫାଟକ ଅନତିଦୂରରେ ଗୁରୁବାର ମଧ୍ୟାହ୍ନରେ ଯଶୋବନ୍ତପୁର-ହାଓ୍ବଡା ଏକ୍ସପ୍ରେସରୁ ଖସି ପଡି ଜଣେ ଯୁବକ ଗରୁତର ହୋଇଛି। ତାଙ୍କର ମୁଣ୍ଡ,ହାତ ଓ ଗୋଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତ ସ୍ରାବ ହେଉଥିଲା। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଡକାଇ ପ୍ରଥମେ ବାଲୁଗାଁ ସରକାରୀ ଡାକ୍ତରଖାନା ପଠାଇଥିଲେ। ହେଲେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଥିବା ପ୍ରକାଶ।

ଗୁରୁତର ଯୁବକଙ୍କ ବୟସ ଆନୁମାନିକ ୩୦ ବର୍ଷ ଓ ତାଙ୍କର ସବିଶେଷ ପରିଚୟ ମିଳିପାରିନଥିଲେ ମଧ୍ୟ ତାଙ୍କର ଘର ପଶ୍ଚିମବଂଗର ବର୍ଦ୍ଧମାନ ଅଂଚଳରେ ବୋଲି ଶୁଣିବାକୁ ମିଳୁଛି। ରିପୋର୍ଟ ଲେଖା ସୁଦ୍ଧା ଏହି ଦୁର୍ଘଟଣା ବିଷୟରେ ଉଭୟ ଗଂଗାଧରପୁର, ବାଲୁଗାଁ ରେଳ ବିଭାଗ ପୁଲିସ ପାଖରେ ଖବର ନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର