କରୋନାରେ ଆଖି ବୁଜିଲେ ଯୁବଶିକ୍ଷକ ବୃହସ୍ପତି ଭୋଇ

କର୍ଲାମୁଣ୍ଡା : କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ରିଷିଡ଼ା ଗ୍ରାମର ଯୁବଶିକ୍ଷକ ତଥା ସୁନାମଧନ୍ୟ ଅଭିନେତା ଓ କ୍ରୀଡ଼ାବିତ୍‌ ବୃହସ୍ପତି ଭୋଇ (ମଣ୍ଟୁ, ୪୫ବର୍ଷ)ଙ୍କ ପରଲୋକ ଘଟିଛି। ଗତ କିଛିଦିନ ତଳେ ସେ ଅସୁସ୍ଥତା ଅନୁଭବ କରିବାରୁ ବିଶାଖାପାଟଣାକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗତ ୩ ତାରିଖରୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବୁଧବାର ବ୍ରହ୍ମପୁରସ୍ଥିତ ନୀଳକଣ୍ଠେଶ୍ୱରନଗର ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ବଡ଼ପୁଅ ଆଲୋକ ମୁଖାଗ୍ନି ଦେଇଥିଲେ। ତାଙ୍କର ପତ୍ନୀ ସମେତ ଦୁଇପୁଅ ଅଛନ୍ତି। ଗତ ୨ମାସ ତଳେ ତାଙ୍କ ପିତାଙ୍କ ବିୟୋଗ ହୋଇଥିଲା।

ସ୍ବର୍ଗତ ଭୋଇ ଏହି ବ୍ଲକ୍‌ର ଟେଟେଙ୍ଗପଦର ପ୍ରାଥମିକ ସ୍କୁଲରେ ଶିକ୍ଷକ ଥିଲେ। ତାଙ୍କ ବିୟୋଗରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବସନ୍ତ ମିଶ୍ର, ଉପସଭାପତି ବିଭୂତିଭୂଷଣ ସେଠ, ସଂପାଦକ ସୁଦର୍ଶନ ସାହୁ, ପୂର୍ବ ବ୍ଲକ୍‌ ସଭାପତି ଅଶୋକ ତ୍ରିପାଠୀ, ପୂର୍ବ ବ୍ଲକ୍‌ ସଂପାଦକ ଉଜ୍ବଳ ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଗଭୀର ଶୋକ ପ୍ରକାଶ କରିବାସହ ମୃତ ଭୋଇଙ୍କୁ କରୋନା ଯୋଦ୍ଧାର ମାନ୍ୟତା ସହ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର