ଓଭରବ୍ରିଜ ଉପରୁ ପଡି ଯୁବକଙ୍କ ମୃତ୍ୟୁ

ପଦ୍ମପୁର:କେନ୍ଦୁଝର ସଦର ବ୍ଲକ ଦ୍ରୁପଦା ଓଭର ବ୍ରିଜ ଉପରୁ ପଡି (ଓଆର-ଜିର-୯-ଜି-୦୨୯୪) ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ହେଲେ ବାଉରୀପଦା ପଞ୍ଚାୟତ ସାହାଡାପୁର ଗ୍ରାମର ମହେଶ୍ବର ମହାନ୍ତଙ୍କ ପୁଅ ବିକ୍ରମ ମହାନ୍ତ(୩୧) ବୋଲି ଜଣାପଡିଛି।କେନ୍ଦୁଝର ପଡୁ ରାଇସୁଆଁ ଅଭିମୁଖେ ଯାଉଥିବାବେଳେ ନିୟନ୍ତ୍ରଣ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଫଳରେ ସେ ଛିଟିକି ପଡି ଓଭର ବ୍ରିଜ ଉପରୁ ତଳକୁ ଖସିପଡିଥିଲେ।ହେଲମେଟ ପିନ୍ଦିଥିବା ସତ୍ତ୍ବେ ୩୦ଫୁଟ ଉପରୁ ପଡିବାରୁ ଅତି ଗୁରୁତର ହୋଇଥିଲେ।ଓଡିଶା ଡ୍ରାଇଭର ମହାସଂଘ ର ଡ୍ରାଇଭର ଭାଇମାନେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେହେଁ ବିକ୍ରମ ଙ୍କ ମୃତ୍ୟୁ ଘଟିଛି।ଖବର ପାଇ ଟାଉନ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ସହ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।ବିକ୍ରମ ହରିତା ଆଡଭେଇଟେଜମେଣ୍ଟ ଫାଇନାନ୍ସ ସଂସ୍ଥାରେ କାମକରୁଥିବା ମିଳିଥିବା ଆଇକାର୍ଡ ରୁ ଜଣାପଡିଛି।

ସମ୍ବନ୍ଧିତ ଖବର