ବିରଳ ବମ୍ବେ ବ୍ଲଡ ଗ୍ରୁପ୍‌ ରକ୍ତଦାନ କରି ମହିଳାଙ୍କ ଜୀବନ ବଞ୍ଚାଇଲେ ଯୁବକ

ଝାରସୁଗୁଡା : ଝାରସୁଗୁଡ଼ା ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କ ପାଇଁ ବିରଳ ବମ୍ବେ ଓ ପଜିଟିଭ୍‌ ଗ୍ରୁପ୍‌ ରକ୍ତର ଆବଶ୍ୟକତା ପଡ଼ିବା ପରେ ସେହି ଗ୍ରୁପ୍‌ର ଜଣେ ଯୁବକ ରାଉ‌ରକେଲାରୁ ଆସି ଝାରସୁଗୁଡ଼ା ରକ୍ତଭଣ୍ଡାରରେ ରକ୍ତଦାନ କରି ଚିକିତ୍ସାଧିନ ମହିଳାଙ୍କ ଜୀବନ ବଞ୍ଚଇବାରେ ସହଯୋଗ କରିଛନ୍ତି। ମୁନ୍ଦ୍ରାଜୋରର ଜଣେ ମହିଳା ପ୍ରଭାସିନୀ ଭଇସାଙ୍କ ହିମୋଗ୍ଲୋବିନ୍‌ ୫ ପ୍ରତିଶତ ଥିବା ବେଳେ ସେ ଅସୁସ୍ଥ ହୋଇ ଚିକତ୍ସାଧିନ ଅଛନ୍ତି ତେବେ ତାଙ୍କ ରକ୍ତ ଗ୍ରୁପ୍‌ ବିରଳ ହୋଇଥିବାରୁ କୌଣସି ସ୍ଥାନରେ ମିଳିନଥିଲା।

ୟଙ୍ଗଷ୍ଟାର ଚେରିଟେବୁଲ ଟ୍ରଷ୍ଟର ପକ୍ଷରୁ ଅରବିନ୍ଦ ବାରିକଙ୍କ ଉଦ୍ୟମରେ ସେହି ଗ୍ରୁପ୍‌ ଥିବା ରାଉରକେଲା କୋଟାକ ମହିନ୍ଦ୍ରା ବ୍ୟାଙ୍କରେ ରିଲେସନସିପ୍‌ ମ୍ୟାନେଜର ଥିବା ଦିଲିପ ନାରାୟଣ ବାରିକ ଆଜି ଆସି ଉକ୍ତ ମହିଳାଙ୍କୁ ରକ୍ତଦାନ କରିଥିଲେ। ଶ୍ରୀ ବାରିକଙ୍କ ଏହି ମହାନ କାମ ପାଇଁ ରକ୍ତଭଣ୍ଡାର ପରିସରରେ ୟଙ୍ଗଷ୍ଟାର ଚେରିଟେବଉଲ ଟ୍ରଷ୍ଟ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥିରେ ରକ୍ତଭଣ୍ଡାର ଅଧିକାରୀ ଡା. ସିଲାବନ୍ତି ଜୋଜୋ, ରାଜେଶ ପାଢ଼ୀ, ବିଜୟ ସାଇଗଲ, ରଶ୍ମି ରଞ୍ଜନ ବାରିକ, ରାଜ ଦାସ, ସୋନୁ ଯାଦବ ଓ ଅଭିଜିତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର