ରାଜ୍ୟର ତିନି ଜୋନରେ ଏସବୁ ବନ୍ଦ ରହିବ ,ମିଳିବ ଏସବୁ ସୁବିଧା

ଭୁବନେଶ୍ବର : ତୃତୀୟ ପର୍ଯ୍ୟାୟରେ ଆସନ୍ତାକାଲିଠାରୁ ମେ ୧୭ ତାରିଖ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ଲକଡାଉନ ରାଜ୍ୟ ସରକାର ଆଜି ସନ୍ଧ୍ୟାରେ ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି । ତେବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ କରି ରାଜ୍ୟ ସରକାର ଆଜି ଏକ ନୂତନ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ନୂତନ ଗାଇଡଲାଇନ ଅନୁସାରେ ସୋମବାର (୨୦୨୦ ମେ’ ମାସ ୪ ତାରିଖ) ଠାରୁ ଲକଡାଉନ କଟକଣା ସହ କଣ୍ଟେନମେଣ୍ଟ ଜୋନ୍, ରେଡ୍‌ ଜୋନ୍‌, ଅରେଞ୍ଜ‌ ଜୋନ୍‌ ଓ ଗ୍ରୀନ୍‌ ଜୋନ୍‌ ପାଇଁ ଅଲଗା ଅଲଗା ନିୟମ କରାଯାଇଛି।

ରେଡ୍ ଜୋନ୍

ଇ-କମର୍ସକୁ ଅନୁମତି ( କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ)
ଘରୋଇ କାର୍ଯ୍ୟାଳୟ ୩୩% କର୍ମଚାରୀଙ୍କୁ ନେଇ ଖୋଲିବ
ସରକାରୀ ଅଫିସ୍ ଖୋଲିବ (୩୩% କର୍ମଚାରୀ ଆସିବେ )
ଓଲା ଓ ଉବେରକୁ ନିର୍ଦ୍ଦିଷ୍ଟ ସେବା ପାଇଁ ଅନୁମତି ମିଳିବ
୨ ଚକିଆ ଗାଡିର ପଛରେ କେହି ବସିପାରିବେ ନାହିଁ
ଗ୍ରାମାଞ୍ଚଳରେ ସବୁ ପ୍ରକାର ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଲା
ସେଲୁନା, ସ୍ପା ଓ ବାରିକ ଦୋକାନ ବନ୍ଦ ରହିବ
ସପିଂ ମଲ, ମାର୍କେଟ କମ୍ପଲେକ୍ସ ବନ୍ଦ ରହିବ

ଅରେଞ୍ଜ ଜୋନ୍

ବିମାନ,ରେଳ,ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ କଟକଣା
ଟାକ୍ସି,କ୍ୟାବ୍ ଚାଲିପାରିବ (ଜଣେ ଡ୍ରାଇଭର୍ ଓ ୨ ଜଣ ଯାତ୍ରୀ)
ଗ୍ରାମାଞ୍ଚଳରେ ମଲ୍ ଛଡା ସବୁ ଦୋକାନ ଖୋଲିପାରିବ
ଜିଲ୍ଲା ଭିତରେ ଯାତାୟାତ କରିପାରିବେ
ବାହାର ଜିଲ୍ଲାରୁ ଆସିଲେ ଅନୁମତି ଆବଶ୍ୟକ
ସେଲୁନ ସ୍ପା ଖୋଲିବ

ଗ୍ରୀନ ଜୋନ୍

ବିମାନ, ରେଳ, ଆନ୍ତରାଜ୍ୟ ବସ ଚଳାଚଳ ଉପରେ କଟକଣା
ସ୍କୁଲ, କଲେଜ, ହୋଟେଲ, ସିନେମା ହଲ, ମଲ, ଜିମ୍ ବନ୍ଦ ରହିବ
ସେଲୁନ ସ୍ପା ଖୋଲିବ
ଅନୁମତି ବିନା ଗାଡି ଓ ବ୍ୟକ୍ତିବିଶେଷ ଯାତାୟାତ କରିପାରିବେ

ସମ୍ବନ୍ଧିତ ଖବର