ମୁମ୍ବାଇ: ଅଭିନେତା ରଣବୀର ସିଂହଙ୍କ ଆଗାମୀ ସିନେମା ମଧ୍ୟରୁ ଗୋଟିଏ ହେଲା‘ସିମ୍ବା’।ଏହାର ପ୍ରଯୋଜକ ହେଲେ କରଣ ଜୋହର ଓ ନିର୍ଦ୍ଦେଶକ ରୋହିତ ସେଟ୍ଟି। ଏହି ସିନେମାରେ ରଣବୀର ସିଂହଙ୍କୁ ଜଣେ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।
ତେବେ ‘ସିମ୍ବା’ରେ ରଣବୀର ସିଂହଙ୍କ ବିପକ୍ଷରେ କିଏ ନାୟିକା ଭୂମିକା ନିଭାଇବେ,ତାହା ଏଯାବତ୍ ସ୍ପଷ୍ଟ ହୋଇ ନାହିଁ।କିନ୍ତୁ ବଲିଉଡ଼୍ରେ ଚର୍ଚ୍ଚା ଚାଲିଥିଲା ଯେ, ମାଲୟାଲମ୍ ନାୟିକା ପ୍ରିୟା ପ୍ରକାଶ ବାରିଅର ‘ସିମ୍ବା’ରେ ରଣବୀର ସିଂହଙ୍କ ବିପକ୍ଷରେ କିଏ ନାୟିକା ଭୂମିକାରେ ଅଭିନୟ କରିବେ । କିନ୍ତୁ ଏବେ ଜଣାପଡ଼ିଛି ଯେ ପ୍ରି୍ର ଏହି ସିନେମାରେ କାମ କରିବେ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
photo-youtube
ଆହୁରି ବି ଚର୍ଚ୍ଚା ହେଉଚି ଯେ ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀ ଓ ପ୍ରଯୋଜକ ବୋନି କପୁରଙ୍କ କନ୍ୟା ଜାହ୍ନବୀ କପୁର ‘ସିମ୍ବା’ରେ ରଣବୀରଙ୍କ ସାଥ୍ ପାଇ ପାରନ୍ତି। କୁହାଯାଉଛି ଯେ, ନିର୍ମାତା କରଣ ଜୋହର ଇତିମଧ୍ୟରେ ଏହି ଫିଲ୍ମ ପାଇଁ ଜାହ୍ନବୀଙ୍କୁ ଆପ୍ରୋଚ୍ କରିଛନ୍ତି। ସେ ଶ୍ରୀଦେବୀଙ୍କ ସହିତ ମଧ୍ୟ ଏ ବିଷୟରେ କଥା ହୋଇଥିଲେ। କରଣ ଶ୍ରୀଦେବୀଙ୍କୁ ପରାମର୍ଶ ଦେଇଥିଲେ ଯେ, ସଂପ୍ରତି ଯେଉଁ ୟଙ୍ଗ୍ଷ୍ଟାର୍ମାନଙ୍କର ଜବରଦସ୍ତ କ୍ରେଜ୍ ଅଛି,ସେମାନଙ୍କ ଭିତରୁ ରଣବୀର ସିଂହ ଜଣେ। ଏଣୁ ତାଙ୍କ ସହ ଜାହ୍ନବୀ ଦ୍ୱିତୀୟ ସିନେମା କରିଲେ ତାହା ତାଙ୍କ କ୍ୟାରିଅର୍ ପାଇଁ ନିଶ୍ଚିତ ଭାବେ ଲାଭଦାୟକ ହେବ। ତା’ଛଡ଼ା ହିଟ୍ ଡ଼ିରେକ୍ଟର ରୋହିତ ସେଟ୍ଟି ଏହାର ନିର୍ଦ୍ଦେଶନା ଦେଉଥିବା ହେତୁ ‘ସିମ୍ବା’ହିଟ୍ ହେବାର ସମ୍ଭାବନା ଅଧିକ।
ଏଠାରେ ସୂଚନାଯୋଗ୍ୟ ଯେ ଜାହ୍ନବୀ କପୁର କରଣ ଜୋହରଙ୍କ ପ୍ରଯୋଜିତ ଫିଲ୍ମ‘ଧଡ଼କ୍’ରୁ ବଲିଉଡ଼୍ରେ କ୍ୟାରିଅର୍ ଆରମ୍ଭ କରିଛନ୍ତି। ଏଥିରେ ଶାହିଦ୍ କପୁରଙ୍କ ସାନଭାଇ ଇଶାନ୍ ଖଟ୍ଟର ଅଛନ୍ତି ମେଲ୍ ଲିଡ଼୍ରେ।ଏହି ଫିଲ୍ମ ହେଉଛି ସୁପରହିଟ୍ ମରାଠୀ ସିନେମା ‘ସୈରାଟ୍’ର ରିମେକ୍। ଜାହ୍ନବୀ ରଣବୀର ସିଂହଙ୍କ ସହ ‘ସିମ୍ବା’ସାଇନ୍ କରିଲେ,ତାହା ତାଙ୍କର ଦ୍ୱିତୀୟ ସିନେମା।