ନିଦ ହେଲା କାଳ, ରେଲେଓ୍ଵ ଷ୍ଟେସନରେ ଶୋଇଥିବା ଚୋରକୁ ଧରିଲା ପୁଲିସ

ଚେନ୍ନାଇ: ରାତି ରାତି ଅନିଦ୍ରା ହୋଇ ଲୋକଙ୍କ ଘରେ ପଶି ଚୋରି କରୁଥିବା ଜଣେ ବ୍ୟକ୍ତିଙ୍କ ପାଇ ନିଦ କାଳ ହୋଇଛି। ଲକ୍ଷାଧିକ ଟଙ୍କାର ଚୋରି ସୁନା ଅଳଙ୍କାର ଧରି ଚେନ୍ନାଇର ସାଇଦାପେଟ୍‌ ରେଲେଓ୍ଵ ଷ୍ଟେସନରେ ଜଣେ ଚୋର ନିଦକୁ ନିୟନ୍ତ୍ରଣ କରି ନ ପାରି ସେହିଠାରେ ଶୋଇ ପଡ଼ିଥିଲେ।। ତେବେ ନିଦ ଭାଙ୍ଗିଲା ବେଳକୁ ତାଙ୍କୁ ପୁଲିସ ଧରି ସାରିଥଲା।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଆରିୟାଲୁରର ଉଦୟରପାଲାୟାମ ଅଞ୍ଚଳର ପ୍ରେମ ନାମକ ଜଣେ ଯୁବକର ପେଶା ହେଲା ଘରେ ପଶି ଲୋକଙ୍କ ମୂଲ୍ୟବାନ ସାମଗ୍ରୀ ଚୋରି କରିବା। ତେବେ ଗତ ରବିବାର ସକାଳ ୬ଟା ୧୫ ମିନିଟ ସମୟରେ ସାଇଦାପେଟ୍‌ ରେଲେଓ୍ଵ ଷ୍ଟେସନ୍‌ରେ ଜି ଆର ପି ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ପ୍ରେମକୁ ଦେଖିଥିଲେ। ମାତ୍ର ପୁଲିସକୁ ଦେଖି ପ୍ରେମ ଖସିଯିବାକୁ ଚେଷ୍ଟା କରିବାରୁ ଜିଆରପି ପୁଲିସ ସେମାନଙ୍କୁ ଗୋଡ଼ାଇ ଧରିବା ସହିତ ତାଙ୍କ ଠାରୁ ଚୋରି ସୁନା ଅଳଙ୍କାର ଜବତ କରିଥିଲା। ତେବେ ପ୍ରଥମେ ପ୍ରେମ ଏହା ତାଙ୍କ ସ୍ତ୍ରୀଙ୍କ ସୁନା ଗହଣା ବୋଲି କହି ପୁଲିସକୁ ଚକ୍‌ମା ଦେବାକୁ ଚାହିଁ ଥିଲେ। ମାତ୍ର ସେ ପୁଲିସକୁ ଦେଖି କାହିଁକି ଖସିଯିବାକୁ ଚେଷ୍ଟା କରିଥିଲେ ତାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ତେବେ ବାରମ୍ବାର ପଚରାଉଚରା କରିବା ପରେ ସେ ଏହି ସୁନା ଅଳଙ୍କାର ଚୋରି କରିଥିବା ସ୍ୱୀକାର କରିଥିଲେ।ସେ ଏହି ଚୋରି ସାଇଦାପେଟ୍‌ର କାବେରୀ ନଗରରେ ରହୁଥିବା ଗାୟତ୍ରୀଙ୍କ ଘରୁ କରିଥିବା ପୁଲିସକୁ କହିଥିଲେ। ତେବେ ଯେତେବେଳେ ପୁଲିସ ପ୍ରେମଙ୍କୁ ଧରି ଗାୟତ୍ରୀଙ୍କ ଘରେ ପହଞ୍ଚି, ତାଙ୍କ କବାଟ ବାଡେଇଥିଲେ ସେତେବେଳେ ପୁଲିସକୁ ଦେଖି ଗାୟତଅୀ ଓ ପରିବାର ଲୋକେ ଭୟ ପାଇଯାଇଥିଲେ। ମାତ୍ର ସେତେବେଳ ପର୍ଯ୍ୟନ୍ତ ତାଙ୍କ ଘରୁ ଚୋରି ହୋଇଥିବା ନେଇ ସାଇଦାପେଟ୍‌ର କାବେରୀ ନଗରରେ ରହୁଥିବା ଗାୟତ୍ରୀ ଜାଣି ନ ଥିଲେ। ପୁଲିସଠାରୁ ସବୁ କଥା ଶୁଣି ସେ ତାଙ୍କ ଅଳଙ୍କାର ଖୋଜିବା ବେଳକୁ ତାହା ଚୋରି ହୋଇଯାଇଥିବା ଜାଣିଥିଲେ। ପରେ ପ୍ରେମକୁ ପୁଲିସ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର