ପ୍ରଚାର ବେଳେ ପରିବା ବିକୁଛନ୍ତି ପ୍ରାର୍ଥୀ

ତିରୁଚିରାପଲ୍ଲୀ: ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଏସ୍ ଦାମୋଦରନ୍ ତାମିଲନାଡୁର ତିରୁଚିରାପଲ୍ଲୀ ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢୁଛନ୍ତି। ୨୦୨୨ରେ ସମାଜସେବା ପାଇଁ ପଦ୍ମଶ୍ରୀ ପୁରସ୍କାର ପାଇଥିବା ଦାମୋଦରନ ନିର୍ବାଚନ ପ୍ରଚାର ବେଳେ ପରିବା ବିକ୍ରେତାଙ୍କୁ ସେମାନଙ୍କ ସାମଗ୍ରୀ ବିକ୍ରି କରିବାରେ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଥିଲା। ସେ ତିରୁଚିରାପଲ୍ଲୀର ଗାନ୍ଧୀ ମାର୍କେଟରେ ବିକ୍ରେତାଙ୍କୁ ପାମ୍ଫଲେଟ୍ (ପ୍ରଚାରପତ୍ର) ଦେଉଥିବା ବେଳେ ଏକ ଫୁଲ ଦୋକାନରେ ମାଳ ତିଆରି କରିଥିଲେ। ଏହାପରେ ଦାମୋଦରନ ପରିବା ବିକ୍ରେତାଙ୍କୁ ସେମାନଙ୍କ ସାମଗ୍ରୀ ବିକ୍ରି କରିବାରେ ସାହାଯ୍ୟ କରିଥିଲେ।

ପନିପରିବା ଓଜନ କଲାବେଳେ ଦାମୋଦରନ ମଧ୍ୟ ଗ୍ରାହକଙ୍କୁ ନିଜର ପାମ୍ଫଲେଟ୍ ଦେଇଥିଲେ। ଦାମୋଦରନ କହିଛନ୍ତି ଯେ ସେ ଲୋକଙ୍କ ସହ ମିଶି ନିଜ ପାଇଁ ପ୍ରଚାର କରୁଛନ୍ତି। ମୁଁ ‘ଗ୍ୟାସ୍ ଚୁଲା’ ଚିହ୍ନରେ ତ୍ରିଚିରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛି। ତ୍ରିଚିବାସୀଙ୍କ ଦୀର୍ଘଦିନର ଦାବି ଓ ଆବଶ୍ୟକତାକୁ ପୂରଣ କରିବା ଦିଗରେ ମୁଁ କାମ କରିବି ବୋଲି କହିଛନ୍ତି ପଦ୍ମଶ୍ରୀ ଦାମୋଦରନ।

ସମ୍ବନ୍ଧିତ ଖବର