ସାଂପ୍ରଦାୟିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବହନ କରୁଛି ଏହି ମନ୍ଦିର !

ଭାରତରେ ଏମିତି ଏକ ମନ୍ଦିର ରହିଛି ଯାହା ହିନ୍ଦୁମାନଙ୍କର ଦର୍ଶନ ସ୍ଥଳୀ ହେଲେ ମଧ୍ୟ ଏହି ମନ୍ଦିରର ଦେଖାଶୁଣା ପାଖରେ ରହୁଥିବା ମୁସଲିମ୍‌ ପରିବାର ତଥା ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଜବାନ୍‌ମାନେ କରନ୍ତି । ଏହି ମନ୍ଦିର ପାଖରେ କୌଣସି ହିନ୍ଦୁମାନଙ୍କର ବାସସ୍ଥାନ ନାହିଁ । ତିନି ପଟେ ପାକିସ୍ତାନ ସୀମା ଘେରି ରହିଥିବା ପୁଂଛ ଘାଟୀର ଉତ୍ତର ଭାଗରେ ପୁଂଛ ସହରରୁ ୨୩ କି.ମିରେ ଦୂରରେ ଥିବା ବୁଢ଼ା ଅମରନାଥଙ୍କର ମନ୍ଦିର ସାଂପ୍ରଦାୟିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବହନ କରୁଛି ।

କୁହାଯାଏ ଯେ ଭଗବାନ୍‌ ଶିବ କାଶ୍ମୀର ସ୍ଥିତ ଅମରନାଥଙ୍କର ଗୁମ୍ଫାରେ ମାତା ପାର୍ବତୀଙ୍କୁ ଯେଉଁ କଥା ଶୁଣାଉଥିଲେ ତାହାର ଆରମ୍ଭ ବୁଢ଼ା ଅମରନାଥଙ୍କର ସ୍ଥାନରୁ ଆରମ୍ଭ କରିଥିଲେ । ଏଣୁ ଲୋକମାନେ ଏହା ମାନନ୍ତି ଯେ ଏହି ମନ୍ଦିରର ଦର୍ଶନ ବିନା ଅମରନାଥଙ୍କର ଯାତ୍ରା ସଂପୂର୍ଣ୍ଣ ହୁଏନି ।ବୁଢ଼ା ଅମରନାଥଙ୍କର ଦର୍ଶନ ବିନା ଅମରନାଥ ଯାତ୍ରା ଏବଂ କଥା ସଂପୂର୍ଣ୍ଣ ହୁଏନି । ମନ୍ଦିର ନଗରୀ ଜାମ୍ମୁ ଠାରୁ ୨୪୬ କି.ମି ଦୂରରେ ଥିବା ପୁଂଛ ଘାଟୀର ରାଜପୁରା ମଣ୍ଟି କ୍ଷେତ୍ରକୁ ଯେଉଁଠାକୁ ପହଞ୍ଚିବା ପାଇଁ ପଦଯାତ୍ରା କରିବାକୁ ପଡେନି । କାଶ୍ମିରର ସୁନ୍ଦର ଲୋଇନ୍‌ ଘାଟୀରେ ସ୍ଥିତ ବୁଢା ଅମରନାଥଙ୍କର ମନ୍ଦିର ଚକ୍‌ମକ୍‌ ପଥରରେ ତିଆରି ହୋଇଛି । ଅନ୍ୟ ସମସ୍ତ ଶିବ ମନ୍ଦିରଠାରୁ ଏହା ସଂପୂର୍ଣ୍ଣ ଭିନ୍ନ । ମନ୍ଦିରର ଚାରିକାନ୍ଥ କାଠରେ ତିଆରି କାରୁକାର୍ଯ୍ୟରେ ପରିପୂର୍ଣ୍ଣ ଯାହା ଖୁବ୍‌ ପୁରୁଣା ।

photo-dnaindia

ପୀରପଞ୍ଜାଳ ପର୍ବତ ଶୃଙ୍ଖଳର ପାଦଦେଶରେ ସ୍ଥିତ ମନ୍ଦିର ପାଖରେ ଥିବା ପାହାଡ଼ ବର୍ଷସାରା ବରଫ ଦ୍ୱାରା ଆଚ୍ଛାଦିତ । ଯାହାର ସୌନ୍ଦର୍ଯ୍ୟ ଖୁବ୍‌ ଚମତ୍କାର । ବରଫ ଦ୍ୱାରା ଆଚ୍ଛାଦିତ ପର୍ବତ ଶ୍ରେଣୀ, ତା ପାଖରେ ବହିଯାଉଥିବା ନଦୀରୁ ଥଣ୍ଡା ଜଳ, ଚାରିପଟେ ଘେରି ରହିଥିବା ଉଚ୍ଚନିଚ୍ଚ ପର୍ବତ କାରଣରୁ ଏହି ଅଞ୍ଚଳ ଏକ ରମଣୀୟ ହିଲ୍‌ଷ୍ଟେସନ୍‌ ଠାରୁ କିଛି କମ୍‌ ନୁହେଁ । ବୁଢା ଅମରନାଥଙ୍କର ଦର୍ଶନ ପାଇଁ କୌଣସି ଜାତି, ଧର୍ମ, ବର୍ଣ୍ଣର ଭେଦଭାବ ନ ଥାଏ ।

ସମ୍ବନ୍ଧିତ ଖବର