ମେହୁଲ୍‌ ବିଦେଶକୁ ନେଇ ଯାଇଛନ୍ତି ୩୨୫୦ କୋଟି

ନୂଆଦିଲ୍ଲୀ: ପିଏନ୍‌ବି ମହାଠକେଇର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ମେହୁଲ୍‌ ଚୋକ୍‌ସି ବିଦେଶକୁ ୩୨୫୦ କୋଟି ଟଙ୍କାରୁ ଅଧିକ ଅର୍ଥ ସ୍ଥାନାନ୍ତର କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତରୁ ଜଣାଯାଇଛି। ଏହି କାର୍ଯ୍ୟ ପାଇଁ ସେ ଏକାଧିକ ଜାଲ୍‌ କମ୍ପାନି କରିଥିଲେ। ଏହା ମଧ୍ୟ ଜଣାଯାଇଛି ଯେ, ଋଣ ଅର୍ଥରୁ ୪୦୦ କୋଟି ଟଙ୍କା ସେ ନିରବ ମୋଦୀଙ୍କୁ ଓ ନିରବଙ୍କ ବାପା ଦୀପକଙ୍କୁ ପ୍ରାୟ ୩୬୦ କୋଟି ଟଙ୍କା ଦେଇଛନ୍ତି। ତେବେ ଇଡି ପକ୍ଷରୁ କରାଯାଇଥିବା ଏହି ଅଭିଯୋଗକୁ ମେହୁଲ୍‌ ଖଣ୍ଡନ କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ମେହୁଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର