ଅନ୍‌ଲାଇନ୍‌ରେ ଆଧାର ସହିତ ୟୁଏଏନ୍‌ ଯୋଡ଼ିବା ସୁବିଧା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ ) ଏହାର ସଦସ୍ୟମାନଙ୍କୁ ଏକ ନୂଆ ସୁବିଧା ଯୋଗାଇ ଦେଇଛି। ତାହାହେଲେ ସଦସ୍ୟମାନେ ଅନ୍‌ଲାଇନ୍‌ରେ ସେମାନଙ୍କ ୟୁଏଏନ୍‌ ନମ୍ବରକୁ ଆଧାର ନମ୍ବର ସହିତ ଯୋଡ଼ିପାରିବେ। ଏହାଦ୍ୱାରା ସଦସ୍ୟମାନେ ଇପିଏଫଓର ବିଭିନ୍ନ ସେବା ତ୍ୱରିତ ବେଗରେ ପାଇପାରିବେ। ଏହି ସୁବିଧା ଇପିଏଫ୍‌ର େଓ୍ଵବସାଇଟ୍‌ ଇପିଏଫଇଣ୍ଡିଆ ଡଟ୍‌ ଗଭ୍‌ ଡଟ୍‌ ଇନ୍‌ରେ ଉପଲବ୍ଧ ହେଉଛି। ଇପିଏଫଓ େଓ୍ଵବସାଇଟ୍‌ର ଅନ୍‌ଲାଇନ ସର୍ଭିିସ ସେକ୍ସନର ଇକେଓ୍ଵାଇସି ପୋର୍ଟାଲ ଲିଙ୍କ୍‌କୁ ଚୟନ କରି ଏହି ସୁବିଧା ସଦସ୍ୟମାନେ ପାଇପାରିବେ।

ସମ୍ବନ୍ଧିତ ଖବର