ନୂଆଦିଲ୍ଲୀ: ଭାରତୀ ଏୟାରଟେଲ ରିଲାଏନ୍ସ ଜିଓକୁ କଡା ଟକ୍କର ଦେଉଥିବା କଥା କୁହାଯାଉଛି। ଏହି କ୍ରମରେ ଏୟାରଟେଲ ନିଜର ଗ୍ରାହକ ପାଇଁ ୪୧୯ଟଙ୍କାର ଏକ ପ୍ରିପେଡ ପ୍ଲାନ୍ ଲଞ୍ଚ କରିଛି। ଏୟାରଟେଲ ଏହି ପ୍ଲାନ୍ ରିଲାଏନ୍ସର ସେହି ପ୍ଲାନ୍କୁ ଟକ୍କର ଦେବ ଯାହା କି ୩୪୯ଟଙ୍କାରେ ୭୦ର ଭେଲିଡିଟି ସହିତ ୧୦୫ଜିବିର ୪ଜି ଡାଟା ଉପଲବ୍ଧ କରାଇଥାଏ। ଏୟାରଟେଲ ୪୧୯ଟଙ୍କାର ପ୍ଲାନ୍ରେ ୭୫ଦିନର ଭେଲିଡିଟି ସହିତ ୧.୪ଜିବିର ହାଇସ୍ପିଡ୍ ଡାଟା ଦେଉଛି। ଏଥିସହିତ ଏଥିରେ ଅସିମୀତ ଲୋକାଲ, ଏସ୍ଟିଡି ଓ ରୋମିଂ କଲସ୍ ବ୍ୟତୀତ ପ୍ରତିଦିନ ୧୦୦ଏସ୍ଏମ୍ଏସ୍ ବି ମିଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି କ୍ରମରେ ଯଦି ରିଲାଏନ୍ସ ଜିଓର ୩୪୯ ଟଙ୍କାର ପ୍ଲାନ୍ କଥା କହିବା। ତେବେ ଏଥିରେ ପ୍ରତିଦିନ ୧.୫ଜିବି ଡାଟା ସହିତ ଅସୀମିତ ଲୋକାଲ, ଏସ୍ଟିଡି ଓ ରୋମିଂ ଭଏସ୍ କଲ ମିଳିଥାଏ। ଜିଓର ଏହି ପ୍ଲାନ୍ରେ ଗ୍ରାହକ ପ୍ରତିଦିନ ୧୦୦ଏସ୍ଏମ୍ଏସ୍ ସହିତ ୭୦ଦିନର ଭେଲିଡିଟିର ଲାଭ ଉଠାଉଛନ୍ତି। ଜିଓ ବ୍ୟବହାରକାରୀଙ୍କ ପାଇଁ ଏହି ପ୍ଲାନ୍ ସହିତ ଜିଓ ସୁଟର ସବସ୍କ୍ରିପସନ୍ ସୁବିଧା ବି ଉପଲବ୍ଧ କରାଯାଇଛି।
ଏୟାରଟେଲର ଆଉ ଏକ ୩୯୯ପ୍ଲାନ୍ ବି ରହିଛି। ଯେଉଁଥିରେ ପ୍ରତିଦିନ ୧.୪ଜିବି ଡାଟା ସହିତ ଅସୀମିତ ଲୋକାଲ, ଏସଟିଡି ଓ ରୋମିଂ ଭଏସ୍ କଲ ମିଳିଥାଏ। ୭୦ଦିନର ଭେଲିଡିଟି ସହିତ ଏହି ପ୍ଲାନ୍ରେ ଗ୍ରାହକ ପ୍ରତିଦିନ ୧୦୦ ଏସ୍ଏମ୍ଏସ୍ ବି ପାଉଛନ୍ତି।