ଆନ୍ଧ୍ର ବ୍ୟାଙ୍କ ଅଫିସର୍ସ ସଂଘର ଦୁଇ ଦିନିଆ ବୈଠକ

ଭୁବନେଶ୍ୱର: ଆନ୍ଧ୍ର ବ୍ୟାଙ୍କ ଅଫିସର୍ସ ସଂଘର କର୍ମକର୍ତ୍ତାଙ୍କ ଦୁଇଦିନିଆ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କିଙ୍ଗ୍‌ ସମ୍ପର୍କିତ ବିଭିନ୍ନ ଘଟଣାବଳୀ ଉପରେ ଆଲୋଚନା କରାଯାଇଥିଲା। ଏଆଇବିଓଏର କୋଷାଧ୍ୟକ୍ଷ ଗୁଣଶେଖର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋକପାତ କରିଥିଲେ। ସଂଘର ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଷଡଙ୍ଗୀଙ୍କୁ ସମ୍ମାନିତ କରାଯାଇଥିଲା। ଆନ୍ଧ୍ର ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କର ବିଶିଷ୍ଟ ଶ୍ରମିକ ନେତାଙ୍କ ସମେତ ପାଖାପାଖି ୧୦୦ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବୈଠକରେ ବର୍ତ୍ତମାନ ସମୟରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସୃଷ୍ଟି ହୋଇଥିବା ବିଭିନ୍ନ ପ୍ରକାରର ଅସୁବିଧା ଉପରେ ଆଲୋଚନା କରାଯାଇଥିଲା।

ସମ୍ବନ୍ଧିତ ଖବର