ଆୟୁଷ୍ମାନ, ଭୂମି ଭି-ମାର୍ଟର ବ୍ରାଣ୍ଡ୍‌ ଆମ୍ବାସାଡର୍‌

ନୂଆଦିଲ୍ଲୀ: ଭି-ମାର୍ଟ ରିଟେଲ୍‌ ଲିମିଟେଡ୍‌ ପକ୍ଷରୁ ଦୁଇ ବଲିଉଡ୍‌ ତାରକା ଆୟୁଷ୍ମାନ ଖୁରାନା ଓ ଭୂମି ପେଢ଼ନେକର୍‌ଙ୍କୁ କଂପାନିର ନୂଆ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏ ସମ୍ପର୍କରେ କଂପାନିର ବରିଷ୍ଠ ଭିପି-ମାର୍କେଟିଂ ଓ ବିକ୍ରି ସ୍ନେହଲ ଶାହ କହିଛନ୍ତି ଯେ, ଏକ ବ୍ରାଣ୍ଡ୍‌ ଭାବେ ଆମେ କଠିନ ପରିଶ୍ରମ ଉପରେ ବିଶ୍ୱାସ କରୁ ଓ ଦେଶର ଆବଶ୍ୟକତା ଓ ସ୍ୱପ୍ନକୁ ଭଲ ଭାବେ ବୁଝିଛୁ। ଏହି ଭାବନା ଆମକୁ ଏହି ଦୁଇ ଯୁବ ପ୍ରତିଭାଙ୍କ ସହ ସହବନ୍ଧନ ସ୍ଥାପନ କରିବାକୁ ଉତ୍ସାହିତ କରିଛି। ଭି-ମାର୍ଟ ସହିତ ସହବନ୍ଧିତ ହୋଇଥିବାରୁ ଉଭୟ ଆୟୁଷ୍ମାନ ଓ ଭୂମି ଖୁସି ଜାହିର କରିଛନ୍ତି।

ସମ୍ବନ୍ଧିତ ଖବର