ୟେସ୍ ବ୍ୟାଙ୍କ ଅଧ୍ୟକ୍ଷ ହେଲେ ବ୍ରହ୍ମ ଦତ୍ତ

ନୂଆଦିଲ୍ଲୀ: ଦେଶର ଚତୁର୍ଥ ବୃହତ୍ ଘରୋଇ ବ୍ୟାଙ୍କ ୟେସ୍ ବ୍ୟାଙ୍କର ନୂଆ ଅଧ୍ୟକ୍ଷ ପଦରେ ଅବସରପ୍ରାପ୍ତ ଆଇଏଏସ ଅଫିସର ବ୍ରହ୍ମ ଦତ୍ତଙ୍କୁ ନିଯୁକ୍ତି ମିଳିଛି। ଶ୍ରୀ ଦତ୍ତଙ୍କ ନିଯୁକ୍ତିକୁ ରିଜର୍ଭ ବ୍ୟାଙ୍କ ମଞ୍ଜୁରି ପ୍ରଦାନ କରିଛି। ସେ ବ୍ୟାଙ୍କର ଅସ୍ଥାୟୀ ଏବଂ ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ସମ୍ପାଦନ କରିବେ। ୨୦୨୦ ଜୁଲାଇ ୪ ପର୍ଯ୍ୟନ୍ତ ୭୦ ବର୍ଷ ହେବା ଯାଏଁ ଶ୍ରୀ ଦତ୍ତ ଏହି ପଦରେ ରହିବେ। ୨୦୧୩ରୁ ସେ ବ୍ୟାଙ୍କର ସ୍ବାଧୀନ ନିର୍ଦେଶକ ରହିଛନ୍ତି।

ସମ୍ବନ୍ଧିତ ଖବର