ଇ-ରିକ୍ସା ଟାୟାର ଉପରେ ଲାଗିବ ୨୮% ଜିଏସ୍‌ଟି

ନୂଆଦିଲ୍ଲୀ: ଇ-ରିକ୍ସା ବା ବ୍ୟାଟେରି ଚାଳିତ ରିକ୍ସାର ଟାୟାର ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଲାଗିବ। ଆଡଭାନ୍ସଡ ରୁଲିଂସ ଅଥରିଟି (ଏଏଆର୍‌) ପକ୍ଷରୁ ଏହି ଆଦେଶ ଦିଆଯାଇଛି। ମୋଟର ଯାନ ଆଇନ ଅନୁସାରେ ଏହାକୁ ମୋଟର ଗାଡ଼ି ଭାବେ ପଞ୍ଜୀକୃତ କରାଯାଉଥିବାରୁ ଏହି ଟିକସ ଲାଗୁ ହେବ। ୩ ଚକିଆ ସାଇକଲ ରିକ୍ସା ଭଳି ଏହାର ଟାୟାର ଉପରେ ୫ ପ୍ରତିଶତ ଟିକସ ଲାଗିବ କି ନାହିଁ ତାହା ଜାଣିବା ଲାଗି ଟାୟାର ନିର୍ମାତା ସିଏଟ୍‌ ପକ୍ଷରୁ ଏଏଆର୍‌ର ମୁମ୍ବାଇ ଖଣ୍ଡପୀଠ ଆବେଦନ କରାଯାଇଥିଲା। ଆବେଦନର ଶୁଣାଣି କରି ଏଏଆର୍‌ର ମୁମ୍ବାଇ ଖଣ୍ଡପୀଠ ପକ୍ଷରୁ ଏହି ନିର୍ଦ୍ଦେଶନାମା ଦିଆଯାଇଛି।

ସମ୍ବନ୍ଧିତ ଖବର