ଏସ୍‌ପ୍ଲାନେଡ୍‌ ମଲ୍‌ରେ ‘ଟାଇମ୍‌ଜୋନ୍’ ଉଦ୍‌ଘାଟିତ

ଭୁବନେଶ୍ବର: ଏସ୍‌ପ୍ଲାନେଡ୍ ମଲ୍‌ରେ ଟାଇମ୍‌ଜୋନ୍‌ର ନୂଆ ପରିବାର ମନୋରଞ୍ଜନ କେନ୍ଦ୍ର ‘ନେକ୍ସଟ୍‌ଜେନ୍ ଟାଇମ୍‌ଜୋନ୍‌’ ଉଦ୍‌ଘାଟିତ ହୋଇଛି। ଏଠାରେ ପରିବାରର ସମସ୍ତ ସଦସ୍ୟଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି। ଗ୍ରାହକମାନେ ବିଭିନ୍ନ ପ୍ରକାର ଖେଳ ଖେଳିବା ସହିତ ଆକର୍ଷଣୀୟ ପୁରସ୍କାର ଜିତିପାରିବେ। ଏଠାରେ ଭର୍ଚୁଆଲ୍ ରିଅଲିଟି, ବୋଲିଂ ଓ ବିଭିନ୍ନ ଆର୍କେଡ୍‌ ଗେମ୍‌ର ସୁବିଧା ରହିଛି। ନୂଆ କେନ୍ଦ୍ର ଉଦ୍‌ଘାଟନ ଅବସରରେ କଂପାନିର ସିଓଓ ଆବାସ ଜବଲପୁରୱାଲା କହିଛନ୍ତି ଯେ, ଭୁବନେଶ୍ବରରେ ଆମର ନୂଆ ଷ୍ଟୋର୍‌ ଖୋଲି ଆମେ ବହୁତ ଆନନ୍ଦିତ। ଏଠାରେ ପରିବାରର ସମସ୍ତ ସଦସ୍ୟ ନିଜର ମନୋରଞ୍ଜନ କରିପାରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର