ହୋଣ୍ଡା ଗ୍ରାଜିଆର ବିକ୍ରି ଲକ୍ଷେ ଟପିଲା

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ୧୨୫ ସିସି ସ୍କୁଟର ଗ୍ରାଜିଆର ବିକ୍ରି ଏକ ଲକ୍ଷ ସ୍ତର ଅତିକ୍ରମ କରିିଛି। ବଜାରରେ ଉନ୍ମୋଚନ ହେବାର ୫ ମାସରୁ କମ୍‌ ସମୟ ଭିତରେ ଗ୍ରାଜିଆ ଏହି ସଫଳତା ହାସଲ କରିଛି। ୨୦୧୭ ନଭେମ୍ବର ୮ରେ ଗ୍ରାଜିଆକୁ ଉନ୍ମୋଚନ କରାଯାଇଥିଲା ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି ଓ ଉନ୍ମୋଚନ ହେବା ମାସରେ ହିଁ ଏହା ଭାରତରେ ବିକ୍ରି ହେଉଥିବା ଶ୍ରେଷ୍ଠ ୧୦ ସ୍କୁଟର ମଡେଲ୍‌ରେ ସ୍ଥାନ ପାଇଥିଲା ଓ ଏହାର ବିକ୍ରି ପରିମାଣ ବଢ଼ିଚାଲିଛି।

ସମ୍ବନ୍ଧିତ ଖବର