ନୂଆଦିଲ୍ଲୀ: ଭାରତୀୟ ରେଳ ଏସି ଟ୍ରେନ୍ ବଗିର ଝରକା ଡିଜାଇନ୍ରେ ପରିବର୍ତ୍ତନ ଆଣିବ। ବାହାର ପଟ ଝରକାର ଡିଜାଇନ୍କୁ ବଦଳାଇ ଟ୍ରେନ୍ର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗି ଏହି ଯୋଜନା କରାଯାଇଛି। ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟି୍ର ପକ୍ଷରୁ ଏ ନେଇ ଯେଉଁ ଡିଜାଇନ୍ ପ୍ରସ୍ତୁତ ହୋଇଛି ସେଥିରେ ଝରକାର ବାହାର ପଟ ମଝିରେ କୌଣସି ସମ୍ଭ ରହିବ ନାହିଁ। ତେବେ ଭିତର ପଟେ ଏହି ସ୍ତମ୍ଭ ରହିବ। ପର୍ଯ୍ୟାୟକ୍ରମେ ଏକାଧିକ ଟ୍ରେନ୍ରେ ଏହି ଝରକା ଲଗାଇବା ଯୋଜନା ରହିଛି। ରେଳବାଇ ଟ୍ରେନ୍ରେ ସେବା ମାନରେ ଉନ୍ନତି ଆଣିବା ଲାଗି ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛି। ଅନେକ ଗୁଡ଼ିଏ ଟ୍ରେନ୍ରେ ବାୟୋ ଟଏଲେଟ୍ ସ୍ଥାପନ କରାଯାଇଛି। ନିକଟରେ ରେଳମନ୍ତ୍ରୀ ପୀୟୂଷ ଗୋୟଲ ଖାଦ୍ୟ ମାନରେ ଉନ୍ନତି ଆଣିବା ଲାଗି କ୍ୟାଟରର ମାନଙ୍କୁ ନିର୍ଦେଶ ଦେଇଛନ୍ତି। ଟ୍ରେନ୍ରେ ସେବା ମାନରେ ଉନ୍ନତି ଆଣିବା ସମେତ ନିରାପତ୍ତା ଓ ପ୍ଲାଟଫର୍ମର ରକ୍ଷାଣାବେକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।