ନୂଆ ଉତ୍ପାଦ

ହୁଣ୍ଡାଇ ଇଲାଇଟ୍‌ ଆଇ୨୦
ହୁଣ୍ଡାଇ ପକ୍ଷରୁ ୨୦୧୮ ଇଲାଇଟ୍‌ ଆଇ୨୦କୁ ଅଟୋ ଏକ୍ସପୋରେ ଉନ୍ମୋଚନ କରାଯାଇଛି। କଂପାନିର ପରିଚାଳନା ନିର୍ଦେଶକ ଓ ସିଇଓ ଓ୍ଵାଇ କେ କୁ ଏହାକୁ ଉନ୍ମୋଚନ କରିଛନ୍ତି। ଏଥିରେ ଏଲ୍‌ଇଡି ସହିତ ପ୍ରୋଜେକ୍ଟର ହେଡ୍‌ଲ୍ୟାମ୍ପ୍‌, ଡୁଆଲ୍‌ ଟୋନ୍‌ ବାହାର ରଙ୍ଗ, ଡୁଆଲ୍‌ ଟୋନ୍‌ ପଛ ବମ୍ପର୍‌, ୧୭.୭୩ ସେମି ଟଚ୍‌ସ୍କ୍ରିନ୍‌ ଇନ୍‌ଫୋଟେନ୍‌ମେଣ୍ଟ୍‌୍‌ ସିଷ୍ଟମ୍‌, ପଛ ଏସି ଭେଣ୍ଟ୍‌, ୟୁଏସ୍‌ବି ଚାର୍ଜର, ଏବିଏସ୍‌, ଏୟାରବ୍ୟାଗ୍‌ ଏବଂ ପଛ ପାର୍କିଂ କ୍ୟାମେରା ଭଳି ବୈଶିଷ୍ଟ୍ୟ ରହିଛି। ଉଭୟ ପେଟ୍ରୋଲ୍‌ ଏବଂ ଡିଜେଲ ବିକଳ୍ପରେ ଏହା ଉପଲବ୍ଧ ହେବ। ଏହାର ମୂଲ୍ୟ ୫,୩୪,୯୦୦ ଟଙ୍କାରୁ ଆରମ୍ଭ ହୋଇଛି।
ନୂଆ ହୋଣ୍ଡା ଆମେଜ୍‌
ହୋଣ୍ଡା କାରସ୍‌ ଲିମିଟେଡ୍‌ ପକ୍ଷରୁ ଅଟୋ ଏକ୍ସପୋରେ ଆସନ୍ତା ପିଢ଼ିର ହୋଣ୍ଡା ଆମେଜ୍‌କୁ ଉନ୍ମୋଚନ କରାଯାଇଛି। ହୋଣ୍ଡା ମୋଟର କଂପାନିର ସଭାପତି ଟାକାହିରୋ ହାଚିଗୋ ଏହାକୁ ଉନ୍ମୋଚନ କରିଛନ୍ତି। ହୋଣ୍ଡା କାର୍‌ସ ଇଣ୍ଡିଆର ସିଇଓ ୟୁଇଚିରୋ ୟୁଏନୋ ମଧ୍ୟ ଉପସ୍ଥିତ ଥିଲେ। ନୂଆ ଆମେଜ୍‌ ୨୦୧୮-୧୯ ଆର୍ଥିକ ବର୍ଷରେ ବଜାରକୁ ଆସିବ। ଭାରତରେ ଲୋକମାନଙ୍କ ଗାଡ଼ି ଚାଳନା ଅଭ୍ୟାସ ଏବଂ ସେମାନଙ୍କର ରହିଥିବା ଆବଶ୍ୟକତା ବିଷୟରେ ଗଭୀର ଅନୁଧ୍ୟାନ କରିବା ପରେ କଂପାନିର ବ୍ୟାଙ୍କକ୍‌ରେ ଥିବା ଗବେଷଣା ଓ ବିକାଶ କେନ୍ଦ୍ରରେ ନୂଆ ଆମେଜ୍‌କୁ ବିକଶିତ କରାଯାଇଛି।
ମାରୁତି ସ୍ୱିଫ୍ଟ
ମାରୁତି ସୁଜୁକି ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ନୂଆ ସ୍ୱିଫ୍ଟର ଉନ୍ମୋଚନ କମ୍ପାନିର ଅଧୀକୃତ ବିକ୍ରେତା ଆଚାର୍ଯ୍ୟ ବିହାରସ୍ଥିତ ସ୍କାଏ ଅଟୋମୋବାଇଲ ପରିସରରେ ହୋଇଯାଇଛି। ସୋ’ରୁମ୍‌ର ଏଜିଏମ୍‌(ବିକ୍ରି) ବିରାଟ ନାୟକ, ସିଓଓ ପ୍ରବୀଣ କୁମାର ଲାଠଙ୍କ ସମେତ ଅନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ। ଉଭୟ ପେଟ୍ରୋଲ ଓ ଡିଜେଲ ଭାରିଆଣ୍ଟରେ ଏହି ହ୍ୟାଚ୍‌ବ୍ୟାକ୍‌ କାର୍‌ ଆସିଛି। ପେଟ୍ରୋଲ ଭାରିଆଣ୍ଟ୍‌ର ଏକ୍ସ ସୋରୁମ୍‌ ମୂଲ୍ୟ ୪ ଲକ୍ଷ ୯୯ ହଜାର ଟଙ୍କାରୁ ଏବଂ ଡିଜେଲ ଭାରିଆଣ୍ଟର ଏକ୍ସସୋ’ରୁମ୍‌ ମୂଲ୍ୟ ୫ ଲକ୍ଷ ୯୯ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ୬ଟି ଆକର୍ଷଣୀୟ ରଙ୍ଗରେ ଏହି କାର୍‌ ଆସିଛି।

ସମ୍ବନ୍ଧିତ ଖବର