ପିଏନ୍‌ବିର ବକ୍ତୃତା ପ୍ରତିଯୋଗିତା

ଭୁବନେଶ୍ବର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ଭୁବନେଶ୍ବର ମଣ୍ଡଳ କାର୍ଯ୍ୟାଳୟ ଦ୍ବାରା ରାଜଭାଷା ହିନ୍ଦୀ ଉପରେ ଏକ ବିତର୍କ ପ୍ରତିଯୋଗିତା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ସହାୟତାରେ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ପ୍ରମୁଖ ଗଣପତଲାଲ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ଶ୍ରୀମତୀ ବେବୀରାଣୀ ଅତିଥି ଓ ବିଚାରକ ରୂପେ ଯୋଗଦେଇଥିଲେ। ଉପ ମହାପ୍ରବନ୍ଧକ ସନ୍ତୋଷ କୁମାର ପ୍ରତିଯୋଗୀମାନଙ୍କୁ ସ୍ବାଗତ କରିଥିବାବେଳେ ଜଗବନ୍ଧୁ ପାଢ଼ୀ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ସୁଶ୍ରୀ ସୁଜାତା ବାରିକ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର