କ୍ୟୁସିଏଫ୍‌ଆଇ ଭୁବନେଶ୍ୱର ଚାପ୍ଟର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର: କ୍ୱାଲିଟି ସର୍କଲ୍‌ ଫୋରମ୍‌ ଅଫ୍‌ ଇଣ୍ଡିଆ (କ୍ୟୁସିଏଫ୍‌ଆଇ) ଭୁବନେଶ୍ୱର ଚାପ୍ଟରର ନୂଆ ଅଧ୍ୟକ୍ଷ ଭାବେ ଶଶି ଶେଖର ମହାନ୍ତିଙ୍କୁ ଚୟନ କରାଯାଇଛି। ଶ୍ରୀ ମହାନ୍ତି ପୂର୍ବରୁ ସେଲ୍‌ର ନିର୍ଦେଶକ ଭାବେ କାମ କରିଥିଲେ ଏବଂ ଏବେ ସେ ଯାଜପୁରର କଳିଙ୍ଗନଗରଠାରେ ଥିବା ଏନ୍‌ଆଇଏନ୍‌ଏଲ୍‌ର ଉପାଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକ ଭାବେ କାମ କରୁଛନ୍ତି। ଚଳିତ ମାସ ୧୧ ତାରିଖରେ କ୍ୟୁସିଏଫ୍‌ଆଇ ଭୁବନେଶ୍ୱର ସବ୍‌-ଚାପ୍ଟରର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସଂସ୍ଥାର ସତ୍ୟବାନ ନାୟକ ଏବଂ ନିର୍ଦେଶକ ଜି ପି ସିଂହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର