ବନ୍ଧନ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ କଟକଣା, ବିନା ଅନୁମତିରେ ନୂଆ ଶାଖା ଖୋଲିପାରିବ ନାହିଁ

ମୁମ୍ବାଇ : ବିନା ଅନୁମତିରେ କୌଣସି ନୂଆ ଶାଖା ନ ଖୋଲିବାକୁ ରିଜର୍ଭ ବ୍ୟାଙ୍କ ବନ୍ଧନ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ଏହି ବ୍ୟାଙ୍କର ସିଇଓଙ୍କ ଦରମାକୁ ମଧ୍ୟ ବର୍ତ୍ତମାନର ସ୍ତରରେ ସ୍ଥିର କରିଦେଇଛି । ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ ଏହି ବ୍ୟାଙ୍କରେ ପ୍ରମୋଟର କମ୍ପାନିର ଅଂଶଧନ ୪୦ ପ୍ରତିଶତରୁ କମ ରହିବା ଆବଶ୍ୟକ । କିନ୍ତୁ ବାରମ୍ବାର ଚେତାବନୀ ସତ୍ତ୍ୱେ ବନ୍ଧନ ବ୍ୟାଙ୍କ ଏହା କରିନଥିବାରୁ ବାଧ୍ୟ ହୋଇ ରିଜର୍ଭ ବ୍ୟାଙ୍କ ଏହି କଡ଼ା ପଦକ୍ଷେପ ନେଇଛି । ୨୦୧୫ରେ କାର୍ଯ୍ୟାରମ୍ଭ କରିବା ପରେ ଏହି ବ୍ୟାଙ୍କ ବିରୋଧରେ ରିଜର୍ଭ ବ୍ୟାଙ୍କର ଏହା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ।

ସମ୍ବନ୍ଧିତ ଖବର