ରେନଲ୍ଟର ନୂଆ କାର୍‌ ‘ଟ୍ରିବର୍‌’

ନୂଆଦିଲ୍ଲୀ: ରେନଲ୍ଟ ପକ୍ଷରୁ ଏହାର ନୂଆ ପ୍ରିମିୟମ୍ ହାଚ୍‌ବ୍ୟାକ୍ କାର୍‌ ‘ଟ୍ରିବର୍‌’କୁ ଜାତୀୟ ରାଜଧାନୀରେ ଉନ୍ମୋଚନ କରାଯାଇଛି। ଏହା ସାତ ସିଟ୍ ବିଶିଷ୍ଟ ଏକ କାର୍ ଯାହାକୁ କଂପାନି ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରିଛି। ଚଳିତ ବର୍ଷର ବଜାରକୁ ଆସିବାକୁ ଥିବା ଏହି କାର୍‌ର ମୂଲ୍ୟ ୭-୯ ଲକ୍ଷ ଟଙ୍କା ଭିତରେ ରହିବ ବୋଲି ଆକଳନ କରାଯାଇଛି। କଂପାନିର ଗ୍ରୁପ୍ ସିଇଓ ଥିଏରି ବାଲୋରେ ଓ କାର୍ଯ୍ୟନିର୍ବାହୀ ଭିପି ଲରେନ୍ସ ଭାନ୍ ଡେନ୍ ଆକର୍‌ ଏହାକୁ ଉନ୍ମୋଚନ କରିଛନ୍ତି। ଟ୍ରିବର୍‌ରେ କଂପାନି ଚାରିଟି ଏୟାରବ୍ୟାଗ୍ ସହିତ ପଛ ପାର୍କିଂ ସେନ୍‌ସର୍‌, ସ୍ପିଡ୍ ଲିମିଟ୍ ଆଲର୍ଟ, ସବୁ ଧାଡ଼ିର ସିଟ୍‌ରେ ସିଟ୍‌ବେଲ୍ଟ ଓ ପଛ କ୍ୟାମେରା ପ୍ରଦାନ କରିବ। ଏଥିରେ ତିନି ଧାଡ଼ି ସିଟ୍‌ର ବ୍ୟବସ୍ଥା ରହିଛି। ଗ୍ରାହକମାନେ ନିଜ ସୁବିଧା‌ ଅନୁସାରେ ଏଥିରେ ଦୁଇ କିମ୍ବା ତିନି ଧାଡ଼ିର ସିଟ୍ ରଖିପାରିବେ। ତୃତୀୟ ଧାଡ଼ିର ସିଟ୍‌କୁ ବାହାର କରିହେବ। ଏଥିରେ ୧.୦ ଲିଟର ତିନି ସିଲିଣ୍ଡର ପେଟ୍ରୋଲ୍ ଇଞ୍ଜିନ ରହିଛି। ଏହା ୫ ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ ଓ ସ୍ବୟଂଚାଳିତ ବିକଳ୍ପରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର