ଜମା,ଋଣ ସୁଧ ବଢ଼ିଲା

:ନୂଆଦିଲ୍ଲୀ,: ଘରୋଇ ଏଚଡିଏଫସି ବ୍ୟାଙ୍କ ବିଭିନ୍ନ ଅବଧିର ମିଆଦି ଜମା ସୁଧ ହାର ବୃଦ୍ଧି ଘୋଷଣା କରିଥିବା ବେଳେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ ବରୋଦା (ବିଓବି) ଋଣ ସୁଧ ହାର ବୃଦ୍ଧି ଘୋଷଣା କରିଛି। ଏଚଡିଏଫସି ବ୍ୟାଙ୍କ ବିଭିନ୍ନ ଅବଧିର ମିଆଦି ଜମା ଉପରେ ସୁଧ ହାର ୦.୦୫%ରୁ ୦.୫୦% ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏକ କୋଟି ଟଙ୍କାରୁ କମ୍ ଜମା ଉପରେ ୦.୦୫% ଓ ୧ କୋଟିରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତର ଜମା ଉପରେ ୦.୫୦% ସୁଧ ହାର ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ମଙ୍ଗଳବାର ଠାରୁ ସୁଧ ବୃଦ୍ଧିକୁ ଲାଗୁ କରାଯାଇଛି। ଅନ୍ୟପକ୍ଷରେ ବିଓବି ଏହାର ଋଣ ସୁଧ ହାରରେ ୦.୧% ବୃଦ୍ଧି ଘୋଷଣା କରିଛି। ବ୍ୟାଙ୍କର ବିଭିନ୍ନ ପ୍ରକାରର ଋଣ ଉପରେ ମାର୍ଜିନାଲ୍ କଷ୍ଟ ଅଫ୍‌ ଲେଣ୍ଡିଂ ରେଟ୍ (ଏମ୍‌ସିଏଲ୍‌ଆର୍‌)ରେ ୦.୧୦%ର ବୃଦ୍ଧି ହୋଇଛି। ଫଳରେ ବିଓବିରୁ ଋଣ ନେଲେ ଗ୍ରାହକଙ୍କୁ ଅଧିକ ସୁଧ ଗଣିବାକୁ ପଡ଼ିବ। ବିଓବିର ଏହି ନିଷ୍ପତ୍ତି ଚଳିତ ମାସ ୭ରୁ ଲାଗୁ ହେବ।

ସମ୍ବନ୍ଧିତ ଖବର