ସ୍‌ବିଆଇ କାର୍ଡରେ ୯ କୋଟିର ଠକେଇ

ନୂଆଦିଲ୍ଲୀ: ମୁମ୍ବାଇରେ ବାସ ସନ୍ଦୀପ କୁମାର ରଘୁ ପୂଜାରି ନାମକ ଜଣେ ବ୍ୟକ୍ତି ଏସ୍‌ବିଆଇର ଟ୍ରାଭେଲ୍‌ କାର୍ଡରେ ବଡ଼ ଧରଣର ଠକେଇ କରିଛନ୍ତି। ଟ୍ରାଭେଲ୍‌ କାର୍ଡରେ ମାତ୍ର ୨୦୦ ଡଲାର ବା ୧୩ ହଜାର ଟଙ୍କା ଖର୍ଚ ପାଇଁ ଅନୁମତି ଦିଆଯାଇଥିବାବେଳେ ସଂପୃକ୍ତ ବ୍ୟକ୍ତିଜଣକ ଏହି କାର୍ଡ ମାଧ୍ୟମରେ ୧.୪୧ ନିୟୁତ ଡଲାର ( ୯.୧ କୋଟି ଟଙ୍କା) ମୂଲ୍ୟର ସାମଗ୍ରୀ କିଣି ନେଇଛନ୍ତି। ବ୍ରିଟେନ୍‌ର ଇ-କମର୍ସ େଓ୍ଵବସାଇଟ୍‌ ମାଧ୍ୟମରେ ସଂପୃକ୍ତ ବ୍ୟକ୍ତି ଜଣକ ଏହି ଠକେଇ କରିଛନ୍ତି। ସିବିଆଇ ଏହି ଠକେଇ ପ୍ରସଙ୍ଗରେ ଆଜି ଏକ ଏଫ୍‌ଆଇଆର୍‌ ଦାୟର କରିଛି।

ସମ୍ବନ୍ଧିତ ଖବର