ଋଣ ସୁଧ ହାର କମାଇଲା ଷ୍ଟେଟ୍‌ ବ୍ୟାଙ୍କ

ମୁମ୍ବାଇ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷର ଋଣ ସୁଧ ହାରରେ ୦.୦୫%ର ହ୍ରାସ ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ମାର୍ଜିନାଲ୍‌ କଷ୍ଟ ବେସଡ୍‌ ଲେଣ୍ଡିଙ୍ଗ ରେଟ୍‌ (ଏମ୍‌ସିଏଲ୍‌ଆର୍‌)କୁ ୮%ରୁ ହ୍ରାସ କରି ୭.୯୫% କରାଯାଇଛି। ଦଶ ମାସ ପରେ ବ୍ୟାଙ୍କ ପକ୍ଷରୁ ଏମ୍‌ସିଏଲ୍‌ଆର୍‌ରେ ହ୍ରାସ କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତବର୍ଷଠାରୁ ଏମ୍‌ସିଏଲ୍‌ଆର୍‌ କାର୍ଯ୍ୟକାରୀ କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ସୁଧ ହାରରେ ହ୍ରାସ ଘୋଷଣା କରାଯିବା ପରେ ବ୍ୟାଙ୍କଗୁଡ଼ିକୁ ଋଣ ସୁଧ କମ୍‌ କରିବା ପାଇଁ ବାରମ୍ବାର କୁହାଯାଉଥିଲା। କିନ୍ତୁ ବ୍ୟାଙ୍କଗୁଡ଼ିକ ସେଭଳି ପଦକ୍ଷେପ ନେବା ପାଇଁ କୁଣ୍ଠା ପ୍ରକାଶ କରୁଥିଲେ।

ସମ୍ବନ୍ଧିତ ଖବର