ଟିଭି ଚ୍ୟାନେଲ ଚୟନ ଅବଧି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ: ଟିଭି ଚ୍ୟାନେଲ ଚୟନ ନେଇ ଗ୍ରାହକଙ୍କୁ ଟ୍ରାଇ ଆହୁରି ଅଧିକ ସମୟ ପ୍ରଦାନ କରିଛି। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରାହକମାନେ ଚ୍ୟାନେଲ ଚୟନ କରିପାରିବେ। ପୂର୍ବରୁ ଏହି ସମୟ ସୀମା ଫେବ୍ରୁଆରି ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଟ୍ରାଇର ସୂଚନା ଅନୁଯାୟୀ ଦେଶରେ ଏବେ ୧୦୦ ନିୟୁତ କେବୁଲ ଟିଭି ବ୍ୟବହାରକାରୀ ଏବଂ ୬୭ ନିୟୁତ ଡିଟିଏଚ ବ୍ୟବହାରକାରୀ ଅଛନ୍ତି। କିନ୍ତୁ କେବୁଲ ସେବା ଗ୍ରହଣ କରୁଥିବା ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ଏବଂ ଡିଟିଏଚ ସେବା ଗ୍ରହଣ କରୁଥିବା ଗ୍ରାହକଙ୍କ ମଧ୍ୟରୁ ୩୫ ପ୍ରତିଶତ ଗ୍ରାହକ ନୂଆ ବ୍ୟବସ୍ଥାକୁ ଆପଣାଇ ସାରିଛନ୍ତି।

ସମ୍ବନ୍ଧିତ ଖବର