ଭିଭୋ ପକ୍ଷରୁ ଭି-୧୫  ସ୍ମାର୍ଟଫେନର ବଜାର ପ୍ରବେଶ, ଏପ୍ରିଲ ୧ରୁ ଉପଲବ୍ଧ ହେବ

ନୂଆଦିଲ୍ଲୀ :  ଭିଭୋ ପକ୍ଷରୁ ଏହାର ଫ୍ଲଗସିପ୍ ସ୍ମାର୍ଟଫୋନ୍ ଭି-୧୫ ପ୍ରୋର ବିକ୍ରିର ସଫଳତା ପରେ ଏବେ ଏହାର ନୂଆ ଉତ୍ପାଦ ଭି-୧୫ ସ୍ମାର୍ଟଫୋନ୍ର ବଜାର ପ୍ରବେଶ କରାଇଛି । ୩୨ ଏମପି ସେଲଫି କ୍ୟାମେରା ତଥା ଅଲ୍ଟ୍ରା ଫୁଲ୍ ଭିୟୁ ଡିସପ୍ଲେଯୁକ୍ତ ଏହି ଫୋନ୍ର ବିକ୍ରି ୨୦୧୯ ମାର୍ଚ୍ଚ ୨୫ ତାରିଖ ପର ଠାରୁ ବିକ୍ରି ହେବା  ସମ୍ପର୍କରେ ଘୋଷଣା କରାଯାଇଛି ।  ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏହା  ସମସ୍ତ ଅଫ୍ ଲାଇନ୍ ଏବଂ ପ୍ରମୁଖ ଇ-କମର୍ସ ୱେସାଇଟ୍ରେ ଉପଲବ୍ଧ ହେବ । ଏହାର ମୂଲ୍ୟ ୨୩,୯୯୦ଟଙ୍କା ରହିଛି । ପ୍ରି ବୁକିଂ ଭିଭୋ ଇଣ୍ଡିଆ ଇ-ଷ୍ଟୋର, ଆମାଜନ୍ ଡଟ୍ ଇନ୍, ଫ୍ଲିପକାଟ, ଫେ-ଟିଏମ୍ ମଲ୍,ଟାଟା ସିଏଲ୍ଆଇକୁ୍ୟ ସମେତ ସମସ୍ତ ଅଫଲାଇନ୍ ଚ୍ୟାନେଲ୍ରେ ୨୦୧୯ ଏପ୍ରିଲ୍ ୧  ତାରିଖଠାରୁ ଦେଶବ୍ୟାପି ଉପଲବ୍ଧ ହେବ । ଏଥିରେ ୬ଜିବି ରାମ୍, ୬୪ ଜିବି ରମ୍, ୨୫୬ ବର୍ଦ୍ଧିତ ମେମୋରୀ, ୪,୦୦୦ଏମ୍ଏଏଚ୍ ବ୍ୟାଟେରୀ, ଡୁଆଲ୍ ଇଞ୍ଜିନ୍ ଫାଷ୍ଟ ଚାର୍ଜ ଆଦି ରହିଛି । ଏହା ଗ୍ଳାମର ରେଡ୍, ଫ୍ରୋଜେନ୍ ବ୍ଳାକ୍ ଏବଂ ରୟାଲ ବ୍ଲୁ ଆଦି ରଙ୍ଗରେ ଉପଲବ୍ଧ ହେବ ।

ଏହି ସ୍ୱାର୍ଟଫୋନ୍ ଉପରେ ବଜାଜ୍ ଫିନସର୍ଭ ଇଏମଆଇ ଗ୍ରାହକଙ୍କୁ ୧୦,୦୦୦ଟଙ୍କାର ଏକ୍ସଚେଞ୍ଜ୍ ଅଫର ତଥା ବାଏବ୍ୟାକ୍ ସୁବିଧ ।ସହିତ ଅତିରିକ୍ତ ଭିଭୋ ସୁବିଧା ଉପଲବ୍ଧ ହେବ । ଏସବିଆଇ କ୍ରେଡିଟ୍/ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ୫% କ୍ୟାସବାକ୍ ସୁବିଧା ଉପଲବ୍ଧ ହେବ ।

ସମ୍ବନ୍ଧିତ ଖବର