ବାଲେଶ୍ୱର, ଚଣ୍ଡିଖୋଲରେ ‘ଜାଭିୟର କଲେଜ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ୍‌’ର ନୂଆ ଶାଖା

ଭୁବନେଶ୍ୱର: ଜାଭିୟର କଲେଜ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ ବାଲେଶ୍ୱର ଓ ଚଣ୍ଡିଖୋଲରେ ଏହାର ନୂତନ ଶାଖା ଖୋଲିଛି। ଚଣ୍ଡିଖୋଲ ଶାଖାକୁ ଜାଭିୟର ଗ୍ରୁପର ପ୍ରିନ୍‌ସିପାଲ ଶ୍ରୀମତୀ ମୋନାଲିସା ମହାନ୍ତି ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପରାମର୍ଶଦାତା ପ୍ରହଲ୍ଲାଦ ପୁହାଣ ଓ ବ୍ରହ୍ମପୁର ଶାଖାର ଅଧ୍ୟକ୍ଷ ମନୋଜ କୁମାର ମହାନ୍ତି ଯୋଗ ଦେଇଥିଲେ। ଚଣ୍ଡିଖୋଲ ଶାଖାର ପରିଚାଳକ ଚିରଞ୍ଜିବୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ବାଲେଶ୍ୱର ଶାଖା ଉଦ୍‌ଘାଟନ ଅବସରରେ ଫକିର୍‌ ମୋହନ କଲେଜର ପୂର୍ବତନ ଅଧ୍ୟକ୍ଷ କମଳାକାନ୍ତ ଆଚାର୍ଯ୍ୟ, ବାଣିଜ୍ୟ ବିଭାଗର ପୂର୍ବତନ ମୁଖ୍ୟ ଗୟାଧର ପାଢ଼ୀ, ଭାବେନ୍ଦ୍ର ପଣ୍ଡା ଓ ପ୍ରଦୀପ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶାଖା ପରିଚାଳକ ମିର୍‌ ସାହିଦ ଅଲ୍ଲି କାଦ୍ରି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର