ନୂଆଦିଲ୍ଲୀ: ୨୦୧୮ରେ ଡାଟା ଲିକ୍କୁ ନେଇ ଅନେକ ବଡ଼ ମାମଲା ସାମ୍ନାକୁ ଆସିଛି। ସେହିପରି ୨୦୧୯ ଆରମ୍ଭରେ ଏକ ବଡ଼ ଧରଣର ଡାଟା ଲିକ୍ ହୋଇଥିବା ଖବର ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିସର୍ଚ୍ଚର ଟ୍ରୋଏ ହଣ୍ଟ ମୁତାବକ, ସମଗ୍ର ଦୁନିଆରେ ୭୭.୩ କୋଟି ଇମେଲ ଆଇଡି ହ୍ୟାକ୍ ହୋଇଛି। ଏଥିସହିତ ପାଖାପାଖି ୨.୧ କୋଟି ପାସ୍ଓ୍ଵାର୍ଡ ବି ହ୍ୟାକ୍ ହୋଇସାରିଛି। ଏହି ସମସ୍ତ ହ୍ୟାକ୍ ‘Collection #1’ର ଅଂଶ ବୋଲି କୁହାଯାଉଛି। ‘Collection #1’ ଏକ ଇମେଲ୍ ଆଡ୍ରେସ୍ ଓ ପାସ୍ଓ୍ଵାର୍ଡ ସେଟ୍ ରହିଛି। ଯେଉଁଥିରେ ପାଖାପାଖି ୨,୬୯୨,୮୧୮, ୨୩୮ ଧାଡ଼ି ରହିଛି। ଏହି ହଜାର ସୂତ୍ର ଜରିଆରେ ଡାଟା ଲିକ୍ କରାଯାଉଛି।
ହଣ୍ଟଙ୍କ ମୁତାବକ, ଗତ ସପ୍ତାହରେ ଅନେକ ଲୋକ ତାଙ୍କୁ ସମ୍ପର୍କ କରି ଏହି ଚର୍ଚ୍ଚିତ କ୍ଲାଉଡ ସର୍ଭିସ୍ ସେବା ଓ ଏକ ବଡ଼ ଫାଇଲ୍ ବିଷୟରେ ସୂଚନା ଦେଇଥିଲେ। ଏହି କଲେକ୍ସନ୍ରେ ପାଖାପାଖି ୧୨,୦୦୦ରୁ ଅଧିକ ଫାଇଲ୍ ମହଜୁଦ ରହିଛି। ଯାହାର ଆକାର ପାଖାପାଖି ୮୭ଜିବି ରହିଛି। ଆଶ୍ଚର୍ଯ୍ୟର କଥା ହଣ୍ଟଙ୍କ ବ୍ୟକ୍ତିଗତ ଡାଟା ଏଥିରେ ଅଛି ଓ ତାହା ସଠିକ୍ ମଧ୍ୟ। ଅନେକ ବର୍ଷ ତଳେ ହଣ୍ଟ ଯେଉଁ ପାସ୍ଓ୍ଵାର୍ଡ ବ୍ୟବହାର କରୁଥିଲେ ତାହା ଏହି ତାଲିକାରେ ମହଜୁଦ ଅଛି।
ରିସର୍ଚ୍ଚର ଏକ ସହଜ ଉପାୟ ବତାଇଛନ୍ତି। ଯାହା ଜରିଆରେ ଆପଣଙ୍କ ଇମେଲ ଆଇଡି ଓ ପାସ୍ଓ୍ଵାର୍ଡ ହ୍ୟାକ୍ ହୋଇଛି କି ନାହିଁ ତାହା ଜାଣି ପାରିବେ। ହଣ୍ଟ ଡାଟା ବେସ୍କୁ ‘Have I been Pwned’ରେ ଯୋଡିଛନ୍ତି।
ଆପଣଙ୍କ ଆଇଡି ହ୍ୟାକ୍ ହୋଇଛି କି ନାହିଁ ଜାଣିବା ପାଇଁ ଏହି https://haveibeenpwned.com ସାଇଟ୍କୁ ଯାଇ ନିଜ ଇମେଲ୍ ଆଇଡିକୁ ଡାଏଲକ୍ ବକ୍ସରେ ପକାଇବାକୁ ପଡ଼ିବ। ଯଦି ଇମେଲ୍ ଆଇଡି ଦେବା ପରେ ଆପଣଙ୍କୁ ଗୁଡ ନ୍ୟୁଜ ମିଳିବ, ତେବେ ଆପଣଙ୍କ ଡାଟା ସୁରକ୍ଷିତ ଅଛି। ଯଦି ଓହ ନୋ ପାଓ୍ଵଣ୍ଡ ନଜର ଆସେ ତେବେ ଆପଣଙ୍କ ଇମେଲ୍ ଆଇଡି ହ୍ୟାକ୍ ହୋଇଛି ଜାଣିବେ। ଏହାପରେ ତୁରନ୍ତ ଆପଣଙ୍କ ଆଇଡି ବଦଳାଇ ଦିଅନ୍ତୁ।
ସେହିପରି ଆପଣଙ୍କ ପାସ୍ଓ୍ଵାର୍ଡକୁ https://haveibeenpwned.com/Passwordsରେ ଯାଇ ଚେକ୍ କରି ପାରିବେ। ଯଦି ଏହି ଡାଟା ଲିକ୍ ସତ, ତେବେ ୨୦୧୩ ହୋଇଥିବା ଡାଟା ଲିକ୍ ପରେ ଏହା ସବୁଠାରୁ ବଡ଼ ଡାଟା ଲିକ୍ ହେବ। ୨୦୧୩ରେ ୩୦୦କୋଟି ଲୋକଙ୍କ ଆକାଉଣ୍ଟ ପ୍ରଭାବିତ ହୋଇଥିଲା।