ହରିୟାଣା ବୋର୍ଡ ଟପ୍ପରକୁ ଅପହରଣ କରି ଗଣଦୁଷ୍କର୍ମ

ରେଓ୍ଵାଡି: ହରିୟାଣା ମହେନ୍ଦ୍ରଗାଢ଼ ଜିଲ୍ଲାରେ ୧୯ବର୍ଷର ନିରୀହ ଯୁବତୀ ସହ ଦିନଦ୍ୱିପହରେ ଗଣଦୁଷ୍କର୍ମ ଘଟଣା ସାମ୍ନାକୁୁ ଆସିଛି। ଅଭିଯୋଗ ମୁତାବକ, ମହେନ୍ଦ୍ରଗାଢ଼ର କନିନାରେ ବସବାସ କରୁଥିବା ୩ଜଣ ଯୁବକ ୧୯ବର୍ଷୀୟ ଯୁବତୀକୁ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ। ଏହି ସୂଚନା ପୁଲିସ ନିକଟରେ ଗୁରୁବାର ପହଞ୍ଚିବା ସତ୍ତ୍ୱେ ଏଯାବତ୍‌ ଏହି ମାମଲାରେ ସମ୍ପୃକ୍ତ ଥିବା ଦୁଷ୍କର୍ମକାରୀକୁ ଗିରଫ କରାଯାଇ ନାହିଁ। ପୀଡିତା ବୋର୍ଡ ଟପ୍ପର ଥିବା ସୂଚନା ମିଳିଛି।

ପୁଲିସ ସୂତ୍ରରୁ ପ୍ରକାଶ, ପୀଡିତାର ଅଭିଯୋଗ ହେଉଛି କି ବୁଧବାର ତାକୁ ଅପହରଣ କରି ନିଆଯାଇଥିଲା। ସେ ସେହି ସମୟରେ କୋଚିଂ ପାଇଁ ଘରୁ ବାହାରକୁ ଯାଇଥିଲା। କିଛି ବାଟ ଯିବା ପରେ ଦୁଷ୍କର୍ମକାରୀ ଏକ କାରରେ ଆସି ତାକୁ ଲିପ୍ଟ ଦେବା ପାଇଁ କହିଥିଲେ । ଦୁଷ୍କର୍ମକାରୀ ଯୁବତୀଙ୍କ ଗ୍ରାମର ବୋଲି ସେ ତାକୁ ଚିହ୍ନଥିଲା ତେଣୁ ଗାଡ଼ିରେ ବସି ଯାଇଥିଲା। ଯୁବତୀ ଯେମିତି ହିଁ ଗାଡ଼ିରେ ବସିଛି ତିନିଜଣ ଯୁବକ ତାକୁ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ, ସେଠାରେ ତାକୁ ନିଶାଦ୍ରବ୍ୟ ଦେଇ ତା’ସହିତ ତିନିଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ। ତାର ଯେତବେଳେ ଚେତା ଆସିଲା ସେଠାରେ ଆଉ ଜଣେ ଯୁବକ ଥିଲା ଯିଏକି ତରକୁ ଘରକୁ ଛାଡ଼ି ସହିତ ତା’ର ପରିବାର ଲୋକଙ୍କୁ ଫୋନ୍‌ କରି ଜଣାଇଥିଲା।

 

ସମ୍ବନ୍ଧିତ ଖବର