ନିଜକୁ ମୋଦୀଙ୍କ ସ୍ପେଶାଲ ସିକ୍ୟୁରିଟି ଅଫିସର ବୋଲି କହି ମେରଠ ରାଲିରେ ସାମିଲ ହୋଇଥିଲେ ମହିଳା, ଗିରଫ ହେବା ପରେ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ

ନୋଏଡା : ନିଜକୁ ଆଇଏଫ୍‌ଏସ୍‌ ଅଫିସର ବୋଲି କହି ଗିରଫ ହୋଇଛନ୍ତି ମହିଳା । ନୋଏଡାରେ ରହୁଥିବା ମହିଳାଙ୍କୁ ପୁଲିସ ତାଙ୍କ ସ୍ୱାମୀଙ୍କ ସମେତ ଗିରଫ କରିଥିବା ଜଣାପଡ଼ିଛି । ମହିଳାଜଣଙ୍କ ମୋଦୀଙ୍କ ସ୍ପେଶାଲ ସିକ୍ୟୁରିଟି ଅଫିସର ବୋଲି ପରିଚୟ ଦେଇ ଲୋକମାନଙ୍କୁ ଠକି ଆସୁଥିଲେ । ଏହା ସହ ମୋଦୀଙ୍କ ମେରଠ ରାଲିରେ ସେ ଅନ୍ୟ ସୁରକ୍ଷାକର୍ମୀଙ୍କ ସହ ସାମିଲ ମଧ୍ୟ ହୋଇଥିଲେ । ଏତେ ସହଜରେ ସେ ମୋଦୀଙ୍କ ନିକଟତର ହୋଇ ଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଉଥିବା ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । ଏବେ ଅଭିଯୁକ୍ତ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ପୁଲିସ ଗିରଫ କରି ନେଇଥିବା ବେଳେ ମହିଳା ଆଫ୍‌ଗାନିସ୍ତାନ ସହ ସଂପର୍କରେ ଥିଲେ ବୋଲି ପୁଲିସ ଜଣାଇଛି ।

breakingtube.com

ପୁଲିସ ଦେଇଥିବା ସୂଚନା ମୁତାବକ, ଅଭିଯୁକ୍ତ ମହିଳା ୩ବର୍ଷ ହେଲାଣି ନିଜକୁ ଆଇଏଫ୍‌ଏସ୍‌ ଅଫିସର ବୋଲି କହି ମେରଠ, ନୋଏଡା,ଗାଜିଆବାଦ୍‌ ଏବଂ ମୁରାଦାବାଦ୍‌ ସମେତ ଅନେକ ଜିଲ୍ଲାର ପୁଲିସ ଅଧିକାରୀଙ୍କୁ ଠକି ଭିଆଇପି ସୁବିଧା ନେଉଥିଲେ । ଗିରଫ ହୋଇଥିବା ମହିଳାଙ୍କ ନାଁ ଜୋୟା ଖାନ୍‌ ବୋଲି ଜଣା ପଡ଼ିଥିବା ବେଳେ ସେ ମେରଠରେ ଡ଼ାକ୍ତର ଥିବା ଅୟୁବ୍‌ ଖାନ୍‌ଙ୍କ ଝିଅ ବୋଲି ଜଣାପଡ଼ିଛି । ୭ବର୍ଷ ପୂର୍ବେ ସେ ବାରଣାସୀରେ ରହୁଥିବା ଜଏଣ୍ଟ କମିସନରଙ୍କ ପୁଅ ନିଶାନ୍ତଙ୍କୁ ବିବାହ କରିଥିଲେ । ଭିଆଇପି ସୁବିଧା ନ ମିଳିବାରୁ ଜୋୟା ନୋଏଡାର ଏସ୍‌ଏସ୍‌ପିଙ୍କୁ ଧମକାଇବା ପରେ ଏସ୍‌ଏସ୍‌ପିଙ୍କ ସନ୍ଦେହ ହୋଇଥିଲା । ଏହା ପରେ ଜୋୟାଙ୍କ ଘରକୁ ଯାଇ ତଦନ୍ତ କରିବା ପରେ ସତ ସାମ୍ନାକୁ ଆସିଥିଲା ବୋଲି ପୁଲିସ କହିଛି ।

ସମ୍ବନ୍ଧିତ ଖବର