ନୂଆଦିଲ୍ଲୀ: ହ୍ଵାଟ୍ସଆପ୍ରେ ବୁଲିଥିବା ଏକ ଫଟୋ କାରଣରୁ ପାଖାପାଖି ୮ ବର୍ଷ ପରେ ଝାଡ଼ଖଣ୍ଡରେ ରହୁଥିବା ଜଣେ ଯୁବତୀଙ୍କ ପରିଚୟ ସାମ୍ନାକୁ ଆସି ପାରିଛି। ଆଶ୍ଚର୍ଯ୍ୟର କଥା ହେଉଛି ଆଠ ବର୍ଷ ତଳୁ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ମୃତ ବୋଲି ଧରି ନେଇଥିବା ବେଳେ ଅଚାନକ ତାଙ୍କର ଅବିର୍ଭାବ ସଭିଙ୍କୁ ଚକିତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଝାଡ଼ଖଣ୍ଡର ଗୁମଲାର ଏହି ଯୁବତୀ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ଘରେ ବିନା ଟଙ୍କାରେ କେବଳ ଖାଇପିଇ କାମ କରୁଥିବାର ଜାଣିବାକୁ ମିଳିଛି। ଟିଓଆଇର ରିପୋର୍ଟ ମୁତାବିକ, ପୀଡ଼ିତାଙ୍କ ଭାଇ ଗୁମଲାର ଆଣ୍ଟି-ହୁମ୍ୟାନ୍ ଟ୍ରାଫିକିଂ ୟୁନିଟ୍ରେ ଅଭିଯୋଗ ଆଣଛନ୍ତି। ତାଙ୍କ ଭୁଉଣୀକୁ ଜବରଦସ୍ତ ନିଜ ଘରେ କାମ କରାଉଥିବା ଲୋକ ବିରୋଧରେ ପୀଡ଼ିତାଙ୍କ ଭାଇ ଅଭିଯୋଗ ଆଣିଛନ୍ତି।
ଘଟଣାଟି ହେଉଛୁ ପୀଡ଼ିତାଙ୍କୁ ଆଠ ବର୍ଷ ତଳେ ଜଣେ ବ୍ୟକ୍ତି ଚାକିରି ଦେବା କଥା କହି ଦିଲ୍ଲୀ ନେଇ ଯାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେ ମୃତ ବୋଲି ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ସେହି ଦିନଠାରୁ ପରିବାର ଲୋକ ଧରି ନେଇଥିଲେ ଯେ ତାଙ୍କ ଝିଅ ମରିଯାଇଛି ବୋଲି।
ମାତ୍ର ସୌଭାଗ୍ୟକୁ, କିଛି ଦିନ ପୂର୍ବରୁ ଦିଲ୍ଲୀର ଏକ ଏଜେନ୍ସି ପୀଡ଼ିତାଙ୍କର ଏକ ଫଟୋ ଉଠାଇ ତାଙ୍କ ସଂପର୍କରେ ଲେଖି ହ୍ଵାଟ୍ସଆପ୍ରେ ପଠାଇବା ପରେ ଏହି ଫଟୋଟି ବୁଲିବାକୁ ଲାଗିଥିଲା। ଫଟୋଟି ପୀଡ଼ିତାଙ୍କ ପରିଚିତ ଲୋକ ଦେଖିବା ପରେ ତାଙ୍କ ସଂପର୍କରେ ଅଧିକ ସୂଚନା ଯୋଗାଡ଼ କରିବାରେ ସହଜ ହୋଇଥିଲା।