ନିର୍ଭୟାକାଣ୍ଡର ପୁନରାବୃତ୍ତି: ନାବାଳକର ବର୍ବରତା, ମହିଳାଙ୍କୁ ଦୁଷ୍କର୍ମ

ଗୁଣ୍ଟୁର: ଦିଲ୍ଲୀର ନିର୍ଭୟାକାଣ୍ଡ ସହିତ ଜଡିତ ବର୍ବରତାକୁ ଏ ଯାଏ ଦେଶବାସୀ ଭୁଲି ନାହାଁନ୍ତି। ତେବେ ପ୍ରତିଦିନ ଦୁଷ୍କର୍ମ ଖବର ସମଗ୍ର ଦେଶବାସୀଙ୍କୁ ଚିନ୍ତିତ କରିିବା ବେଳେ ଆନ୍ଧ୍ରପଦେଶର ଗୁଣ୍ଟୁର ଜିଲ୍ଲାରେ ସେହିପରି ଏକ ବର୍ବର କାଣ୍ଡ ସମସ୍ତଙ୍କୁ ଆଚମ୍ବିିତ କରିଛି। ଜଣେ ୧୬ ବର୍ଷୀୟ ନାବାଳକ ଜଣେ ୨୬ ବର୍ଷୀୟ ମହିଳାଙ୍କ ଘରେ ପଶିବା ସହିତ ତାଙ୍କୁ ଖଟରେ ବାନ୍ଧି ୭ ଘଣ୍ଟା ମଧ୍ୟରେ ୪ ଥର ଦୁଷ୍କର୍ମ କରିଛି। କେବଳ ସେତିକି ନୁହେଁ, ନାବଳକର ବର୍ବରତା ସୀମା ଲଂଘିଥିଲା ଯେତେବେଳେ ସିଏ ମହିଳାଙ୍କ ସମ୍ବଦନଶୀଳ ଅଙ୍ଗକୁ ବାଡ଼ିରେ ଆକ୍ରମଣ କରି ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଫିଙ୍ଗି ଫେରାର ହୋଇଯାଇଥିଲା। ସକାଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସଜ୍ଞାହୀନ ମହିଳାଙ୍କୁ ପଡୋଶୀମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।
ପୁଲିିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଣ୍ଟୁର ଜିଲ୍ଲା କରମପଦି ମଣ୍ଡଳ ଥାନା ଅନ୍ତର୍ଗତ ଓପିଚେର୍ଲା ଗାଁରେ ଗତ ରବିବାର ରାତିରେ ଏହି ଭୟଙ୍କର ଘଟଣା ଘଟିଛି। ରାତି ପ୍ରାୟ ସାଢ଼େ ୮ଟା ବେଳେ ନାବଳକ(୧୬ ବର୍ଷ) ଜଣକ ଆସି ଏହି ୨୬ ବର୍ଷୀୟା ମହିଳାଙ୍କ ଘରେ ଜୋର ଜବରଦସ୍ତ ପଶିଥିଲା। ମହିଳା ଜଣକ ବିବାହିତା ଓ ସେ ସ୍ୱାମୀକ ଠାରୁ ଅଲଗା ରହୁଛନ୍ତି। ଉଭୟ ମହିଳା ଓ ନାବାଳକ ଦିନ ମଜୁରିଆ ଭାବେ ସେହି ଅଞ୍ଚଳରେ କାର୍ଯ୍ୟ କରୁଥିଷଳ। ତେବେ ନାବାଳକ ଜଣକ ଘର ଭିତରକୁ ପଶିବା କ୍ଷଣି ଏକ ବାଡ଼ିରେ ମହିଳାଙ୍କ ମୁଣ୍ଡକୁ ପିଟି ଦେଇଥିଲା। ସେ ଅଚେତ ହୋଇପଡ଼ିବାରୁ ତାଙ୍କ ପାଟିକୁ ବାନ୍‌ଦି ଓ ଘୋଷାରି ନେଇ ଖଟରେ ବାନ୍ଧି ଦେବା ସହିତ ତାଙ୍କ ସହିତ ଦୁଷ୍କର୍ମ କରିଥିଲା। ୭ ଘଣ୍ଟା ଧରି ନାବାଳକ ଜଣକ ମହିଳାଙ୍କୁ ନିର୍ଯାତନା ଦେଇଥିଲା। ଏପରିକି ଏହି ସମୟ ମଧ୍ୟରେ ସେ ମହିଳାଙ୍କୁ ୪ ଥର ଦୁଷ୍କର୍ମ କରିବା ପରେ ତାଙ୍କୁ ଗୁପ୍ତାଙ୍ଗକୁ ବାଡ଼ିରେ କ୍ଷତାକ୍ତ କରି ଭୋର ସାଢ଼େ ୪ଟା ସମୟରେ ଘରୁ ବାହାରି ଫେରାର ହୋଇ ଯାଇଥିଲା। ସକାଳେ ରକ୍ତ ଜୁଡ଼ୁବୁଡ଼ୁ ଓ ସଜ୍ଞାହୀନଭାବେ ପଡ଼ିଥିବା ମହିଳାଙ୍କୁ ଉଦ୍ଧାର କରି ପଡୋଶୀମାନେ ଡ଼ାକ୍ତରଖାନାରେ ଭର୍ତ୍ତି କରି ପୁଲିସକୁ ଖବର ଦେଇଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ନାବାଳକଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି।

ସମ୍ବନ୍ଧିତ ଖବର