ନବଜାତ ଝିଅକୁ ପଲିଥିନ୍‌ ବ୍ୟାଗ୍‌ରେ ପୂରାଇ ବିକ୍ରୟ କରିବାକୁ ଗ୍ରାହକ ଖୋଜୁଥିବା ବାପା ଗିରଫ

ମୋହାଲି: ନିଜ ନବଜାତ ଝିଅକୁ ବିକ୍ରୟ କରିବା ପାଇଁ ତାକୁ ଗୋଟାଏ ପଲିଥିନ୍‌ ବ୍ୟାଗ୍‌ରେ ପୂରାଇ ଜଣେ ଲୋକ ଘଣ୍ଟା ଘଣ୍ଟା ଧରି ବୁଲି ବିଭିନ୍ନ ଲୋକଙ୍କ ପାଖକୁ ଯାଇଛନ୍ତି। ଘଟଣାଟି ସୋମବାର ରାତିରେ ପଞ୍ଜାବର ମୋହାଲିରେ ଘଟିଛି।

ଶେଷରେ ଝିଅଟିକୁ ବିକ୍ରୟ କରିବାକୁ ଅଭିଯୁକ୍ତ ଯଶପାଲ ସିଂହ ମୋହାଲିର ସିଭିଲ୍‌ ହସ୍‌ପିଟାଲ୍‌ରେ ଡିୟୁଟିରେ ଥିବା ଜଣେ ଡାକ୍ତରଙ୍କ ପାଖରେ ପହଞ୍ଚିବାରୁ ଘଟଣା ଲୋକ ଲୋଚନକୁ ଆସିଥିଲା।

ଯଶପାଲଙ୍କ ମୂଳ ଘର ଅମୃତସରରେ। ଚଣ୍ଡିଗଡ଼-ଖରାର ରାସ୍ତା ପାଖରେ ସେ ସପରିବାର ଗୋଟାଏ ଭଡ଼ାଘରେ ରହୁଛନ୍ତି। ସେ ନିଜ ନବଜାତ ପୁଅ ବିକ୍ରି କରିବାକୁ ଚାହାଁନ୍ତି ବୋଲି ପ୍ରଥମେ କହିଥିଲେ। ପିଲାଟି ବିଷୟରେ ପଚରା ଉଚୁରା କରିବାରୁ ସେ ପଲିଥିନ୍‌ ବ୍ୟାଗ୍‌ରୁ ଝିଅଟିଏ କାଢ଼ି ବଢ଼ାଇ ଦେଇଥିଲା। ପିଲାଟି ଅସୁସ୍ଥ ଥିବାରୁ ବାନ୍ତି କରି ପକାଇଥିଲା। ତାକୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ହୋଇ ଆସୁଛି।

ଏକ ମଲ୍‌ରେ ମାଲପତ୍ର ବୋଝେଇ କାମ କରୁଥିବା ସେ ଅଭିଯୁକ୍ତଙ୍କୁ ପରେ ପୁଲିସରେ ଦିଆ ଯାଇଛି।

ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଏବଂ ତାଙ୍କ ପତ୍ନୀଙ୍କର ପୂର୍ବରୁ ଦୁଇଟି ପୁଅ ଅଛନ୍ତି। ଜଣକୁ ୧୦ ବର୍ଷ ଅନ୍ୟ ଜଣଙ୍କୁ ୫ ବର୍ଷ। ସିଂହ କହୁଛନ୍ତି କି, ତାଙ୍କ ପତ୍ନୀ ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ। ସେ ଆହୁରି କହିଲେ କି, ତୃତୀୟ ପିଲା ପାଳିବାକୁ ସେମାନେ ସମର୍ଥ ନ ଥିବାରୁ ତାହାକୁ ବିକ୍ରୟ କରିବାକୁ ପତ୍ନୀ ପ୍ରସ୍ତାବ ଦେଇଥିଲେ।

ପିଲା ପାଇଁ ଖରିଦଦାରଟିଏ ଖୋଜି ପାଇବାକୁ ସିଂହ ଘଣ୍ଟା ଘଣ୍ଟା ଧରି ଖୋଜି ବୁଲିଥିଲେ। ମୋହାଲିର ସିଭିଲ୍‌ ହସ୍‌ପିଟାଲ୍‌ରେ ପହଞ୍ଚିବା ଆଗରୁ ସେ ଆଉ କେତୋଟି ଡାକ୍ତରଖାନାକୁ ମଧ୍ୟ ଯାଇଥିଲେ।

ଭାରତୀୟ ପିଙ୍ଗଳ କୋଡ୍‌ର ବିଭିନ୍ନ ଧାରା ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର