ବେଙ୍ଗାଲୁରୁ: ଜଣେ ଓଲା କ୍ୟାବ୍ ଚାଳକଙ୍କ ନାଁ’ରେ ଅଭିଯୋଗ କରି ଜଣେ ୨୨ ବର୍ଷୀୟ ଯୁବତୀ କହିଛନ୍ତି କି, ସେ କ୍ୟାବ୍ରେ ବସିଥିବା ସମୟରେ ଚାଳକ ନିଜ ମୋବାଇଲ୍ରେ ପର୍ଣ୍ଣ ଭିଡିଓ ଚଲାଇ ଅଭଦ୍ରାମି କରିଛନ୍ତି। ଗୁରୁବାର ସକାଳେ ସେ ଯୁବତୀଜଣକ ୟେଲାହାଙ୍କା ନିୟୁ ଟାଉନ୍ରୁ ଜେପି ନଗର ଯାଉଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଘରୋଇ ଫାର୍ମରେ ଚାକିରି କରୁଥିବା ସେ ଯୁବତୀଙ୍କ ଅଭିଯୋଗ ଆଧାରରେ ଶନିବାର ଦିନ କୁବୋନ୍ ପାର୍କ ପୁଲିସ ଏକ ଯୌନ ଉତ୍ପୀଡ଼ନ ମାମଲା ରେଜିଷ୍ଟ୍ରି କରିଛି। କ୍ୟାବ୍ ଡ୍ରାଇଭର୍ଙ୍କ ନାମ ଦେବସାମୋଲିୟା ବୋଲି ଜଣାପଡ଼ିଛି।
ଯୁବତୀଜଣକ କହିଛନ୍ତି କି, ଜେପି ନଗର ଯିବା ଲାଗି ଗୁରୁବାର ସେ ସକାଳ ୬ଟା ୨୮ ମିନିଟ୍ରେ କ୍ୟାବ୍ ବୁକ୍ କରିଥିଲେ। କୁଇନ୍ସ୍ ସର୍କଲ୍ରେ ପହଞ୍ଚିବା ପରେ ସେ ଦେଖିଲେ ଚାଳକ ତାଙ୍କୁ ଦର୍ପଣରେ ଦେଖୁଛି। ତାଙ୍କୁ ଦେଖାଯିବା ଭଳି ମୋବାଇଲ୍ଟିକୁ ବାମ ହାତରେ ଧରି ସେଥିରେ ସେ ପର୍ଣ୍ଣ୍ ଭିଡିଓ ଚଳାଇଥିଲେ। ପରେ ପରେ ଚାଳକ ଆପେ ଅଶ୍ଳୀଳ କାର୍ଯ୍ୟ କରିଥିଲେ ବୋଲି ଯୁବତୀଜଣକ ଥାନାରେ କହିଥିଲେ। ଗାଡ଼ି ଅଟକାଇବାକୁ ବାରମ୍ବାର କହିଥିଲେ ମଧ୍ୟ ଚାଳକ କିଛି ଶୁଣି ନ ଥିଲେ, ଗନ୍ତବ୍ୟସ୍ଥଳରେ ହିଁ ଗାଡ଼ି ଅଟକାଇ ଥିଲେ।
ଘଟଣା ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି ଓଲା ମୁଖପାତ୍ର କହିଛନ୍ତି: ସେ ଚାଳକ ଆଉ ଆମ ପ୍ଲାଟ୍ଫର୍ମକୁ ଆସି ପାରିବ ନାହିଁ। ଆମେ ଗ୍ରାହକଙ୍କୁ ସମର୍ଥନ କରି ପୁଲିସକୁ ସହଯୋଗ କରୁଛୁ।