ତ୍ରିଭନ୍ଦରମ୍: କେରଳର ଜଣେ ୧୮ ବର୍ଷୀଅ ଆଇନ୍ ଛାତ୍ରୀ କଠୋରପନ୍ଥୀଙ୍କ ବିରୋଧରେ ଏକ ଅଭିଯୋଗ ଆଣିଛନ୍ତି। ଫେସ୍ବୁକ୍ରେ ମହିଳାମାନଙ୍କ ମାସିକ ଧର୍ମ ସଂପର୍କରେ ସେ ଲେଖିଥିବା ଏକ କବିତା ପାଇଁ କଠୋରପନ୍ଥୀମାନେ ତାଙ୍କର ୧୫ ବର୍ଷୀୟା ଭଉଣୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କଠୋପନ୍ଥୀମାନେ ଦର୍ଶାଇଛନ୍ତି ଯେ ଯୁବତୀ ଜଣକ ଯେଉଁଭଳି ଭାବେ ଫେସ୍ବୁକ୍ରେ ମାସିକ ଧର୍ମ ବିଷୟରେ ବର୍ଣ୍ଣନା କରିଛନ୍ତି ତାହା ଲେକଙ୍କ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରୁଛି। ଏ ସଂପର୍କରେ ପୀଡ଼ିତାଙ୍କ ବଡ଼ ଭଉଣୀ କହନ୍ତି ଯେ ଝିଅମାନଙ୍କ ଭିତରେ ସାହାସ ସୃଷ୍ଟି କରାଇବା ପାଇଁ ସେ ଏପରି ଲେଖିଛନ୍ତି। ଋତୁସ୍ରାବ ବିଷୟରେ ଯେଉଁ ଝିଅମାନେ ସୋସିଆଲ୍ ମିଡିଆରେ କିଛି ଲେଖୁଛନ୍ତି ସେମାନଙ୍କୁ ବିଭିନ୍ନ ଆଡୁ ଧମକ ସହିବାକୁ ପଡୁଛି। ଝିଅମାନଙ୍କୁ ସେ ସମର୍ଥ କରିବାକୁ ଏପରି ଏକ କବିତା ଲେଖିଛନ୍ତି ବୋଲି ସେ ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଫେସ୍ବୁକ୍ରେ ଏପରି ଏକ କବିତା ଲେଖିଥିବା ଯୁବତୀଙ୍କ ନାମ ନବମୀ। ସେ କହିଛନ୍ତି ଯେ ତାଙ୍କ ଭଉଣୀ ଲକ୍ଷ୍ମୀଙ୍କୁ କିଛି ଜଣ ମୁଖାପିନ୍ଧା ବାଇକ୍ରେ ଆସି ଆକ୍ରମଣ କରିଥିଲେ। କଠୋପନ୍ଥୀମାନଙ୍କର ଏପରି ଆଚରଣରେ ସେ ଭୟ ନ କରି ଆଗକୁ ଏପରି ସଂଗ୍ରାମ ଜାରି ରଖିବେ ବୋଲି ନବମୀ ଗଣମାଧ୍ୟମରେ ମତ ଦେଇଛନ୍ତି। ଏହି କାର୍ଯ୍ୟ ଆର୍ଏସ୍ଏସ୍ କାର୍ଯ୍ୟକର୍ତ୍ତାଙ୍କର ହୋଇପାରେ ବୋଲି ନବମୀ ଅଭିଯୋଗ ଆଣିଛନ୍ତି। ଲକ୍ଷ୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ପାଇବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।