ଭିଦିସା (ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶର ଭିଦିସାରେ ଘଟିଛି ଏକ ଜଘନ୍ୟ ଏବଂ ବର୍ବରୋଚିତ ହତ୍ୟାକାଣ୍ଡ। ଜନୈକ ମଦ୍ୟପ ସ୍ୱାମୀ ନିଜର ପତ୍ନୀର ମୁହଁ, ନାକ ଓ ଆଖିରେ ଅତ୍ୟନ୍ତ ଶକ୍ତଶାଳୀ ଅଠା ଲଗାଇ ତାକୁ ଶ୍ୱାସରୁଦ୍ଧ କରି ଅତ୍ୟନ୍ତ ଜଘନ୍ୟ ଏବଂ ବର୍ବୋରୋଚିତ ଭାବେ ହତ୍ୟା କରିଛି। ଏହି ଘଟଣା ଘଟିଛି ଗତ ଶୁକ୍ରବାର ଦିନ ଭିଦିସାର ରାଜପୁତ୍ କଲୋନି ଅଞ୍ଚଳରେ।
Sambad is now on WhatsApp
Join and get latest news updates delivered to you via WhatsApp
‘ଅଭିଯୁକ୍ତ ହଲ୍କିରାମ ନିଜ ନିଜ ପତ୍ନୀ ଦୁର୍ଗା ବାଈର ଆଖି, ନାକ ଓ ପାଟିରେ ଭଙ୍ଗା ପ୍ଲାଷ୍ଟକ୍, କାଠ ଇତ୍ୟାଦିକୁ ଯୋଡ଼ିବା ପାଇଁ ବ୍ୟବହାର କରାଯାଉଥିବା ଏକ ଅତ୍ୟନ୍ତ ଶକ୍ତଶଳୀ ଅଠାକୁ ଲଗାଇ ତାକୁ ଅତ୍ୟନ୍ତ ବର୍ବୋରୋଚିତ ଭାବେ ହତ୍ୟା କରିଛି’, ବୋଲି ଗଣମାଧ୍ୟମକୁ କହିଛନ୍ତି କୋଟଓ୍ଵାଲି ଥାନା ଅଧିକାରୀ ଆର୍ ଏନ୍ ଶର୍ମା।
ଏହି ଘଟଣା ଘଟାଇବା ପୂର୍ବରୁ ଅଭିଯୁକ୍ତ ହଲକିରାମ୍ ଘରେ ଥିବା ନିଜର ଦୁଇ ନାବାଳକ ପୁତ୍ରଙ୍କୁ ବାହାରକୁ ଖେଳିବା ପାଇଁ ପଠାଇ ଦେଇଥିଲା। ଏବଂ ଏହାପରେ ପତ୍ନୀ ଦୁର୍ଗା ଆଖି, ନାକ ଓ ପାଟିରେ ଅଠା ଲଗାଇ ତାକୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା। ପରେ, ସନ୍ଧ୍ୟାରେ ୧୫ ବର୍ଷ ବୟସ୍କ ବଡ଼ ପୁଅ ଘରକୁ ଫେରିବା ପରେ ମା’କୁ ତଳେ ନିଶ୍ଚଳ ହୋଇ ପଡ଼ିଥିବା ଦେଖିବା ପରେ ଘଟଣା ସଂପର୍କରେ ପୁଲିସ୍କୁ ସୂଚନା ଦେଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଦୁର୍ଗା ବାଈଙ୍କ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ବଡ଼ପୁଅ ପୁଲିସ୍କୁ ସୂଚନା ଦେଇ କହିଥିଲା ଯେ ତା’ର ବାପା ହଲକିରାମ ହେଉଛି ଜଣେ ମଦ୍ୟପ। ପ୍ରତି ରାତିରେ ସେ ମଦ୍ୟପାନ କରି ଘରକୁ ଫେରିବା ପରେ ତା’ ମା’କୁ ମାରଧର କରିଥାଏ। ପୂର୍ବରୁ ଥରେ ମଧ୍ୟ ତା’ ମା’କୁ ହତ୍ୟା କରିବା ପାଇଁ ହଲକିରାମ ଉଦ୍ଦ୍ୟମ କରିଥିଲା। ତେଣୁ, ଆଜି ତାକୁ ଓ ତା’ ଭାଇକୁ ଖେଳିବାକୁ ବାହାରକୁ ପଠାଇଦେଇ ହଲକିରାମ ତା’ ମା’କୁ ହତ୍ୟା କରିଛି ବୋଲି ସେ ପୁଲିସ୍କୁ କହିଥିଲା। ତେବେ, ଦୁର୍ଗାକୁ ହତ୍ୟା କରିବା ପରେ ହଲକିରାମ ଫେରାର ହୋଇ ଯାଇଥିବାରୁ ପୁଲିସ୍ ତାକୁ ଗିିରଫ କରିବାରେ ସମର୍ଥ ହୋଇପାରି ନାହିଁ।