ଭଦ୍ରକ: ଠିକା କାମକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ, ୪ ଗୁରୁତର

ଭଦ୍ରକ: ଭଦ୍ରକ ଜିଲ୍ଲା ଆରଏନବେତେଡ଼ା ପଞ୍ଚାୟତର ଗୋହିରାଣୀ ଗାଁରେଏକ ସରକାରୀ କାର୍ଯ୍ୟ ଠିକାଦାରୀକୁ ନେଇ ସୃଷ୍ଠି ହୋଇଥିବା ବିବାଦ ଆଜି ଉଗ୍ର ରୁପ ଧାରଣ କରିଛି। ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିବାରୁ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଭଦ୍ର ଗ୍ରାମାଞ୍ଚଳ ଥାନା ପୁଲିସ ଗାଁରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ଏହାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ସ୍ଥାନୀୟ ସରପଞ୍ଚଙ୍କ ପୁଅକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


ମିଳିଥିବା ସୂଚନା ଅନୁଯାୟୀ, ଗୋହିରାଣି ଗାଁରେ ଏକ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଭଦ୍ରକ ବ୍ଲକ୍‌ ପକ୍ଷରୁ ୩ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁୁର କରାଯାଇଥିଲା। ଏହା କାର୍ଯ୍ୟ ପାଇଁ ସ୍ଥାନୀୟ ସରପଞ୍ଚିଙ୍କ ପୁଅ ଦେବାଶିଷ ଦାସଓ ତାଙ୍କର ଜଣେ ସହଯୋଗୀଙ୍କୁ ଓ୍ଵାର୍କ ଅର୍ଡର ଦିଆଯାଇଥିଲା। ତେବେ ଦେବାଶିଷ ଓ ତାଙ୍କ ସମର୍ଥକମାନେ ଯେଉଁ ନିର୍ମାଣ କାର୍ଯ୍ୟ କରିଥିଲେ ତାହା ନିମ୍ନମାନର ବୋଲିି ଗ୍ରାମର ଲୋକନାଥ ସେଠୀ ଓ ତାଙ୍କ ଗୋଷ୍ଠୀ ଅଭିଯୋଗ କରିବା ସହିତ ଏହି ନିର୍ମାଣ କାର୍ଯ୍ୟକୁ ବିରୋଧ କରିଥିଲେ।

ଏହି ଘଟଣାକୁ ନେଇ ଆଜି ସକାଳେ ଦେବାଶିଷଙ୍କ ଗୋଷ୍ଠୀ ଓ ଲୋକନାଥଙ୍କ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହିତ ପରସ୍ପରକୁ ଭୁଜାଲିରେ ଆକ୍ରମଣ କରିଥିଲେ। ତେବେ ଏହି ଭୁଜାଲି ଆକ୍ରମଣରେ ଲୋକନାଥ ସେଠୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଦେବାଶିଷ ଦାସଙ୍କୁ ଗିରଫକରି ଘଟଣାର ତଦନ୍ତ ଚଳାଇଛି। ଗ୍ରାମରେଏହରାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିିବା ବେଳେ ସେଠାରେ ପୁଲିସ ମୂତୟନ କରାଯାଇଛି।

ସମ୍ବନ୍ଧିତ ଖବର