ଭଦ୍ରକ: ଅଗ୍ନିକାଣ୍ଡରେ ୩ ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ: ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ଗ୍ରାମରେ ଜେଣ ଅସହାୟା ମହିଳା ଜଖୁଲି ନାନିଙ୍କର ଘର ପୋଡି ପାଉଁଶ ହୋଇଯାଇଛି। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡି ନଥିବା ବେଳେ ଏଇ ଅଗ୍ନିକାଣ୍ଡରେ ତାଙ୍କ ଘରେ ଥିବା ୩ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ଘରେ ଥିବା ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଘରେ  କେହି  ନଥିବା  ବେଳେ ଏଇ ଅଗ୍ନିକାଣ୍ଡ ଘଟିଥିଲା। ଏବେ ଜଖୁଲି ଅସହାୟ ହୋଇପଡିଥିବା ବେଳେ ତାଙ୍କୁ ତୂରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ  ଦାବି କରାଯାଇଛି।

ସମ୍ବନ୍ଧିତ ଖବର