ବାଲେଶ୍ୱର ପାରାଡାଇଜ କମ୍ୟୁନିଟି ସେଣ୍ଟରର ନିଆରା ପଦକ୍ଷେପ: ହୋଲିରେ ରଙ୍ଗ ଖେଳିଲେ, ରକ୍ତ ଦାନ କଲେ

ବାଲେଶ୍ୱର: ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ସବୁଠି ରଙ୍ଗ ଓ ଅବିର ଖେଳ ଚାଲିଛି। ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ପରଖି ପଞ୍ଚାୟତ ବଡ଼ଡିହର ପାରାଡାଇଜ କମ୍ୟୁନିଟି ସେଣ୍ଟରର କର୍ମକର୍ତ୍ତାମାନେ ଏହି ପର୍ବକୁ ନିଆରା ଢଙ୍ଗରେ ପାଳିଛନ୍ତି। ସେଣ୍ଟର ପରିସରରେ ସମସ୍ତ କର୍ମକର୍ତାମାନେ ଏକଜୁଟ ହୋଇ ପରସ୍ପରକୁ ରଙ୍ଗ ଅବିର ବୋଲିଛନ୍ତି। ଏହାପରେ ‘ସମ୍ବାଦ ଆମ ଓଡ଼ିଶା’ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ସମାଜସେବୀ ଦୈତାରୀ ରାଉତଙ୍କ ସଭାପତିତ୍ୱରେ ଶିବିରରେ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ରକ୍ତଭଣ୍ଡାରର ଅଧିକାରୀ ଡ଼ା ବସନ୍ତ କୁମାର ଉପାଧ୍ୟାୟ ଓ ପୂର୍ବତନ ସରପଞ୍ଚ ସୁନୀଲ କୁମାର ସେଠିଯୋଗଦେଇ କର୍ମକାର୍ତ୍ତାଙ୍କ ଏହି ପଦକ୍ଷେପକୁ ଭୁୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ୱାଡ଼ ସଭ୍ୟ ବ୍ରଜଗୋପଲ ପରିଡ଼ା, ବିପିନ ବିହାରୀ ସେଠୀ, କାର୍ତିକ ଚନ୍ଦ୍ର ରାଉତ, କମଳାକାନ୍ତ ଖଟୁଆ ଓ ଗୋରାଙ୍ଗ ଗିରି ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡ଼ା ଉପାଧ୍ୟାୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ ବିଜୟ କୁମାର ପଟ୍ଟନାୟକ, ଜ୍ୟୋତିଶ ପ୍ରଧାନ, ଋତୁରାଜ ମେହେର, ଅଜୟ କୁମାର ମହାପାତ୍ର ଓ ସନ୍ତୋଷ କୁମାର ଜେନା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

ଏହି ଶିବିରରୁ ୫୫ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ସେଣ୍ଟରର ସଭାପତି ରାଜେଶ କୁମାର ଟୁଡୁ, ସମ୍ପାଦକ ଦିଲ୍ଲୀପ ରାଉତ, କୋଷାଧ୍ୟକ୍ଷ ଶଙ୍କର ସିଂ, ଚନ୍ଦନ କୁମାର ସେଠୀ, ରାଜେନ୍ଦ୍ର ସେଠୀ, ଭୁଜନ କୁମାର ରାଉତଙ୍କ ତତ୍ୱାବଧାନରେ ଏହିଶିବିର ଅନୁଷ୍ଠିତ ହୋଇଥିଲା। ବାଙ୍ଗରା ସିଂ, ସଂଜୀବ ରାଉତ, ଲକ୍ଷ୍ମଣ ରାଉତ, ବାବୁ ସିଂ, ବାଙ୍ଗରା ଟୁଡୁ, ଟୁଟୁ ସିଂ, ରାଧା ସିଂ, ସୁନୀଲ ରାଉତ, ମନୋରଞ୍ଜନ ସିଂ, ବାଦଲ ମାଝି, ମଙ୍ଗଲ ମାଝୀ, ବୁଦ୍ଧିଆ ମାଝୀ ଓ ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ରକ୍ତଦାତା ଜୀବନ ଦାତା:

ଗୋପାଳ ଚନ୍ଦ୍ର ଖଟୁଆ, ଗୋରାଙ୍ଗ ଗିରି, ରଞ୍ଜନ ମାଇତି, ଗୋପାଳ କର, ଦାମଦୋର ଭୂୟାଁ, ଦୈତାରି ରାଉତ, ଗୋପୀନାଥ ଭଞ୍ଜ, ରାଜେନ୍ଦ୍ର କୁମାର ସେଠୀ, ଚନ୍ଦନ କୁମାର ସେଠୀ, ପ୍ରଭଞ୍ଜନ ଖଣ୍ଡା, ସୁନୀଲ କୁମାର ହାତୀ, ଆକାଶ କୁମାର ସେଠୀ, ଦୀପକ ସିଂ, ଘନଶ୍ୟାମ ଜେନା, ସୁଶାନ୍ତ ଗିରି, କାର୍ତ୍ତିକ ଚନ୍ଦ୍ର ରାଉତ, ଦିଲ୍ଲୀପ କୁମାର ରାଉତ, ରାଜେନ୍ଦ୍ର ଟୁଡୁ, ଗଣେଷ ଚନ୍ଦ୍ର ଗିରି, ରଞ୍ଜନ କୁମାର ସେଠୀ, ସନ୍ଧ୍ୟାରାଣୀ ରାଉତ, ଦୂର୍ଗା ଶଙ୍କର ସେନାପତି, ପପୁ ସିଂ, ରବୀନ୍ଦ୍ର ଭୂୟାଁ, ବିପିନ ବିହାରୀ ସେଠୀ, ଗଦାଧର ପାତ୍ର, ଗୌତମ କୁମାର ଶୀଟ, ଗୋବିନ୍ଦ ହାଁସଦା, ବିଶ୍ୱରଂଜନ ରାଉତ, ଉମାଶାଙ୍କର ପାତ୍ର, ମସରଫ ଅଲି ଖାଁ, ସଞ୍ଜିତ କୁମାର ରାଉତ, ସେକ ହୁମାୟୁଡ, ରାଜେନ୍ଦ୍ର ବେହେରା, ଜଗଦୀଶ ଜେନା, ପବନ ଜେନା, ରାଜକିଶୋର ବେହେରା, ସୁକୁଲ ମାଝୀ, ସୁଦାମ ବେହେରା, ସୁମନ ସେଠୀ, ରଞ୍ଜନ ଖଟୁଆ, କାଳିପଦ ଖଟୁଆ, ଶକ୍ତିପଦ ଖଟୁଆ, ଶ୍ରୀଧର ନାୟକ, ଦିଲ୍ଲୀପ କୁମାର ମାଝୀ, ରାମଚନ୍ଦ୍ର ରାଉତ, ସାଗର ମାଝୀ, କୃଷ୍ଣ ଜେନା, ଲକ୍ଷ୍ମଣ ରାଉତ, ପ୍ରଭୁଦତ୍ତ ଖଣ୍ଡା, ବିଜୁ ସିଂ, ଫୁଟୁ ସିଂ, ଖଗେନ୍ଦ୍ର ମଲ୍ଲିକ, ଦୀପକ ସିଂ ଓ ନରେନ୍ଦ୍ର ସିଂ ରକ୍ତଦାନ କରିଛନ୍ତି।

ସମ୍ବନ୍ଧିତ ଖବର